ରାବଣ ସାଜିବେ ବାହୁବଳୀ ପ୍ରଭାସ

ମୁମ୍ବାଇ: ଖୁବ ଶୀଘ୍ର ଗୋଟିଏ ସିନେମାରେ ସ୍କ୍ରିନ ସେୟାର କରୁଥିବାର ନଜର ଆସିବେ ବାହୁବଳୀ ପ୍ରଭାସ ଓ ଧୁମ ବୟ ଋତିକ ରୋଶନ | ଋତିକ ଦୀପିକା ପାଦୁକନଙ୍କ ଫିଲ୍ମ ରାମାୟଣରେ ପ୍ରଭାସଙ୍କୁ ମଧ୍ୟ ଦେଖିବାକୁ ମିଳିବ | ଏହି ଫିଲ୍ମର ନିର୍ଦ୍ଦେଶକ ନୀତେଶ ତିୱାରୀ ଏ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି | ନୀତେଶଙ୍କ ଫିଲ୍ମ ଛିଛୋରେ ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଥିବାବେଳେ ରାମାୟଣକୁ ନେଇ ଉତ୍ସାହିତ ଅଛନ୍ତି ନୀତେଶ |

ଫିଲ୍ମ ରାମାୟଣରେ ଭଗବାନ ରାମଙ୍କ ଚରିତ୍ରରେ ଋତିକ ନଜର ଆସିବାକୁଥିବାବେଳେ ସୀତାଙ୍କ ଚରିତ୍ରରେ ଦୀପିକା ଓ ରାବଣ ଚରିତ୍ରରେ ପ୍ରଭାସ ନଜର ଆସିବେ | ଏଠାରେ ସୂଚନା ଥାଉ କି ଋତିକ ନିକଟରେ ରିଲିଜ ହୋଇଥିବା ସୁପରହିଟ ଫିଲ୍ମ ‘ସୁପର୍-୩୦’ ରେ ନଜର ଆସିଥିଲେ |

ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଥିଲା | ସେହିପରି ବାହୁବଳୀ ଫେମ ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ସାହୋ ମଧ୍ୟ ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଥିଲା | ଆସନ୍ତା ଅକ୍ଟୋବର ୨ ତାରିଖରେ ଋତିକଙ୍କ ଫିଲ୍ମ ‘ୱାର’ ରିଲିଜ ହେବାକୁ ଯାଉଛି |

ସମ୍ବନ୍ଧିତ ଖବର