‘କଫି ଉଇଥ୍‌ କରନ୍‌’ରେ ବାହୁବଳୀଙ୍କ ବ୍ୟକ୍ତିଗତ ଗୁମର ଖୋଲିବ !

ମୁମ୍ବାଇ: ବଲିଉଡର ଫେମସ ନିର୍ଦ୍ଦେଶକ ତଥା ସିନେମା ପ୍ରଯୋଜକ କରନ ଜୋହରଙ୍କ ସୋ’ ‘କଫି ଉଇଥ୍‌ କରନ୍‌’ରେ ଅନେକ ସେଲିବ୍ରିଟି ଆସି ସାରିଛନ୍ତି। ତେବେ ନିକଟରେ ଖବର ପ୍ରକାଶ ପାଇଛି କି, କରନ୍‌ ଜୋହରଙ୍କ ଅତିଥି ପାଇଁ ବାହୁବଳୀର ଟିମ୍‌ର ସୁପରଷ୍ଟାର ପ୍ରଭାସ, ରାଣା ଦଗ୍‌ଗୁବତୀ ଏବଂ ଏସ ଏସ ରାଜମୌଲୀ ନଜର ଆସିବେ। ତେବେ ଏହା ପ୍ରଥମଥର ହେବେ ଯେବେ ତେଲୁଗୁ ଇଣ୍ଡଷ୍ଟ୍ରି ସହ ସମ୍ପୃକ୍ତ ଥିବା ଷ୍ଟାର୍ସ କରନଙ୍କ ‘କଫି ଉଇଥ୍‌ କରନ’ରେ ନଜର ଆସିବେ ।

ଏଯାବତ ଏହି କଥାର କୌଣସି ଅଧିକାରିକ ଘୋଷଣା ହୋଇନାହିଁ । କିନ୍ତୁ କରନଙ୍କ ଏକ ନୂଆ ଟ୍ଵିଟରୁ ଏହି କଥାର ଅନ୍ଦାଜା ଲଗାଯାଇଛି । କରନ ଟ୍ଵିଟରେ ଲେଖିଛନ୍ତି, On my way to shoot an episode of #KoffeeWithKaran that I am so honoured to shoot! A proud cup of koffee today…any guesses?

‘ବାହୁବଳୀ’ ଟିମ ସହ କରନଙ୍କ ଏହି ଏପିସୋଡ ଚଳିତ ମାସର ଶେଷରେ ପ୍ରସାରିତ ହେବ । ଏହି ସୋ’ରେ କରନ ପ୍ରଭାସ, ରାଣା ଏବଂ ରାଜମୌଲୀଙ୍କ ଫିଲ୍ମ ସହ ସମ୍ପୃକ୍ତ ଥିବା ଅନେକ ବଡ କଥାର ଖୁଲାସ କରିବା ସହିତ ବ୍ୟକ୍ତିଗତ ଜୀବନର ବି ଗୁମାର ଖୋଲିବାରକୁ କରନ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ସାରିଛନ୍ତି ବୋଲି କୁହାଯାଉଛି।

 

ସମ୍ବନ୍ଧିତ ଖବର