ହଲିଉଡ୍‌ର ଏହି ଫିଲ୍ମର ନକଲ ହେଉଛି ସାହୋ! ଜାଣିବା ପରେ ହଲିଉଡ୍‌ ନିର୍ଦ୍ଦେଶକ ରଖିଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ : ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ସାହୋକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଫିଲ୍ମ ରିଲିଜ୍‌ ପୂର୍ବରୁ ଫିଲ୍ମଟି ବ୍ଲକ୍‌ବଷ୍ଟର ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ରିଲିଜ୍‌ ପରେ ଫିଲ୍ମଟି ଦର୍ଶକଙ୍କୁ ନିରାଶ କରିଛି । ଯାହାକୁ ନେଇ ଲୋକେ ଫିଲ୍ମକୁ ଟ୍ରୋଲ କରୁଥିବା ବେଳେ ଏବେ ଫିଲ୍ମ ଉପରେ ନକଲ କରିବାର ଅଭିଯୋଗ ଆସିବାରେ ଲାଗିଛି ।

indiatoday.in

ସୂଚନା ମୁତାବକ, ସାହୋ ହଲିଉଡ୍‌ ଫିଲ୍ମ ଲାର୍ଜୋ ଓ୍ଵିଞ୍ଚର ନକଲ ବୋଲି ଚର୍ଚ୍ଚା ହେଉଛି । ତେବେ ଏଭଳି ଚର୍ଚ୍ଚା ଜୋର ଧରିବା ପରେ ଲାର୍ଜୋ ଓ୍ଵିଞ୍ଚର ନିର୍ଦ୍ଦେଶକ ଜୋରମ ସଲେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଜୋରମଙ୍କୁ ଜଣେ ଟୁଇଟ୍‌ର ବ୍ୟବହାରକାରୀ ଟ୍ୟାଗ୍‌ କରି ଲାର୍ଜୋ ଓ୍ଵିଞ୍ଚର ନକଲ କରାଯାଇଥିବା ନେଇ କହିଥିଲେ । ଯାହାର ଉତ୍ତର ରଖି, ମୋତେ ଲାଗୁଛି, ଅସଲ ଲାର୍ଜୋ ଓ୍ଵିଞ୍ଚଠାରୁ ଏହାର ଫ୍ରିିମେକ୍‌ ଆହୁରି ଖରାପ ହୋଇଛି । ଦୟାକରି ତେଲୁଗୁ ନିର୍ଦ୍ଦେଶକ, ଯଦି ତୁମେ ମୋ କାମ ଚୋରାଉଛ, ତେବେ ଭଲ ଭାବରେ କରିବାକୁ ଚେଷ୍ଟା କର ବୋଲି ଲେଖିଥିଲେ ଜୋରମ ସଲେ ।

ସମ୍ବନ୍ଧିତ ଖବର