ସବୁଠାରୁ ଦାମୀ ଅଭିନେତା ବନିଲେ ପ୍ରଭାସ, ‘ସାହୋ’ ପାଇଁ ମିଳିଲା ୧୦୦କୋଟି ଟଙ୍କା!

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୩୦ ତାରିଖରେ ପ୍ରେକ୍ଷାଳୟକୁ ଆସୁଛି ଫିଲ୍ମ ‘ସାହୋ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ଶ୍ରଦ୍ଧା କପୁର । ଫିଲ୍ମର କିଛି ଗୀତ ସାମ୍ନାକୁ ଆସି ସାରିଥିବା ବେଳେ ଟ୍ରେଲର ଦେଖି ଫିଲ୍ମ ଦେଖିବାକୁ ଦର୍ଶକଙ୍କ ମନରେ ଉତ୍ସାହ ବଢ଼ିବାରେ ଲାଗିଛି । କିଛି ଦିନ ତଳେ ପ୍ରଭାସଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ତାଙ୍କୁ ଫିଲ୍ମ ସାହୋ ପାଇଁ ମିଳିଥିବା ଟଙ୍କାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

Related image
zeenews.india.com

ହେଉଥିବା ଚର୍ଚ୍ଚା ଅନୁଯାୟୀ, ପ୍ରଭାସଙ୍କୁ ଫିଲ୍ମ ‘ସାହୋ’ ପାଇଁ ୧୦୦କୋଟି ଟଙ୍କା ମିଳିଛି । ଯାହା ପାଇଁ ସେ ସବୁଠାରୁ ଦାମୀ ଭାରତୀୟ ଅଭିନେତା ପାଲଟି ଯାଇଛନ୍ତି । ସୁପରଷ୍ଟାର ରଜନୀକାନ୍ତ, ସଲମାନ ଖାନ୍‌ ଓ ଶାହାରୁଖ୍‌ ଖାନ୍‌ଙ୍କୁ ମଧ୍ୟ ସେ ପଛରେ ପକାଇ ଦେଇଛନ୍ତି । କିଛି ଦିନ ତଳେ ଖବର ମିଳିଥିଲା କି ପ୍ରଭାସ ‘ସାହୋ’ର ପ୍ରି-ରିଲିଜ୍‌ ବ୍ୟବସାୟରୁ ୫୦ପ୍ରତିଶତ ଭାଗ ନେବେ । ତେବେ ଏ ନେଇ ଅଧିକାରିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

ସମ୍ବନ୍ଧିତ ଖବର