ପ୍ରଭାସଙ୍କ ସିନେମା ‘ସାହୋ’କୁ ମିଳିଲା ୟୁ/ଏ ସାର୍ଟିଫିକେଟ, ଶ୍ରଦ୍ଧା କପୁର ନୁହନ୍ତି, ଏହି ନାୟିକା ଥିଲେ ପ୍ରଥମ ପସନ୍ଦ!
ମୁମ୍ବାଇ:ବାହୁବଲୀ ଓରଫ ପ୍ରଭାସଙ୍କର ନୂଆ ସିନେମା ‘ ସାହୋ’ ଏଇ ୩୦ ତାରିଖରେ ରିଲିଜ୍ ହେଉଛି। ଏଥିରେ ଶ୍ରଦ୍ଧା କପୁରଙ୍କୁ ପ୍ରଥମ ଥର ଲାଗି ପ୍ରଭାସଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ଏହି ସିନେମାକୁ ସେନସର ବୋର୍ଡ ୟୁ/ଏ ସାର୍ଟିଫିକେଟ ମିଳିଥିବା ଜଣାଯାଇଛି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ସିନେମା ‘ସାହୋ’ର ନାୟିକାଭାବେ ପ୍ରଥମ ପସନ୍ଦ ଥିଲେ ‘ବାହୁବଲୀ’ ଫେମ୍ ଅନୁଷ୍କା ସେଟ୍ଟି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଭାସ ତାଙ୍କର ଫିଲ୍ମ ‘ ସାହୋ’ରେ ଅନୁଷ୍କାଙ୍କୁ ନାୟିକା ଭୂମିକାରେ ସାଇନ୍ କରିବା ଲାଗି ଓ ନିର୍ଦ୍ଦେଶକଙ୍କୁ କହିଥିଲେ । ନିର୍ମାତା ଓ ନିର୍ଦ୍ଦେଶକ ବି ପ୍ରଭାସଙ୍କ କଥା ରଖି ଅନୁଷ୍କାଙ୍କୁ ସାଇନ୍ କରିଥିଲେ । କିନ୍ତୁ ପରେ ଅନୁଷ୍କା ଏହି ଫିଲ୍ମ ଛାଡ଼ି ଦେଇଥିଲେ । ତାପରେ ଶ୍ରଦ୍ଧା କପୁରଙ୍କୁ ନିଆଯାଇଥିଲା। କିନ୍ତୁ ପ୍ରଭାସ ଓ ଅନୁଷ୍କାଙ୍କର ଆଫେଆର୍ ବେଶ୍ ଚର୍ଚ୍ଚାର ବିଷୟ ହୋଇ ରହିଛି ।
ଏଠାରେ ସୂଚନାଯୋଗ୍ୟ କି ଆଜିକୁ ପ୍ରାୟ ୧୦ ବର୍ଷ ତଳେ ୨୦୦୯ ରେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ ‘ ବିଲ୍ଲା ’ ରେ ପ୍ରଭାସ ଓ ଅନୁଷ୍କା ସେଟ୍ଟି ପ୍ରଥମ ଥର ପାଇଁ ପରବାରେ ଏକାଠି ଆସିଥିଲେ । ତା’ପରେ ଉଭୟେ ‘ ମିଟି ’ଓ ‘ବାହୁବଲୀ’ ଫିଲ୍ମରେ ପୁଣି ଥରେ ନଜର ଆସିଥିଲେ ।