‘ସାହୋ’କୁ ‘ବାହୁବଲୀ’ ଭଳି ସଫଳ କରିବା ପାଇଁ ପ୍ରଥମ ଥର ଏଭଳି କାମ କରିଛନ୍ତି ପ୍ରଭାସ

ମୁମ୍ବାଇ : ଆସନ୍ତା ଅଗଷ୍ଟ ୩୦ ତାରିଖରେ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ‘ସାହୋ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସାଉଥ୍‌ ସୁପରଷ୍ଟାର ପ୍ରଭାସ ନଜର ଆସୁଥିବା ବେଳେ ଅଭିନେତ୍ରୀ ଶ୍ରଦ୍ଧା କପୁର ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ସାଉଥ୍‌ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ଫିଲ୍ମକୁ ‘ବାହୁବଲୀ’ ଭଳି ହିଟ୍‌ କରିବା ପାଇଁ ପ୍ରଭାସ ପ୍ରଥମ ଥର ପାଇଁ ହିନ୍ଦିରେ ନିଜ ସଂଳାପ କହିଥିବା ଜଣାପଡ଼ିଛି ।

Zee News

ସୂଚନା ମୁତାବକ, ଫିଲ୍ମଟି ହିନ୍ଦି, ତାମିଲ, ତେଲୁଗୁ ଓ ମଲୟାଲମ ଭାଷାରେ ରିଲିଜ୍‌ ହେବ । ସବୁଠାରୁ ବଡ଼ କଥା ହେଲା ଫିଲ୍ମ ପାଇଁ ଡବିଂ ନ କରାଯାଇ ଏହି ୪ଟି ଭାଷାରେ ଫିଲ୍ମକୁ ସୁଟ୍‌ କରାଯାଇଛି । ଯାହାଦ୍ୱାରା କଳାକାରମାନେ ଡବିଂ ନ କରି ଏହି ୪ଟି ଭାଷା ଶିଖି ସଂଳାପ କହିଛନ୍ତି ବୋଲି ସାମ୍ନାକୁ ଆସିଛି । ପ୍ରଥମ ଥର ପାଇଁ ପ୍ରଭାସ ଫିଲ୍ମ ପାଇଁ ହିନ୍ଦି ଭାଷାରେ ସଂଳାପ କହୁଥିବାର ନଜର ଆସିବେ ।

ସମ୍ବନ୍ଧିତ ଖବର