ତିରୁପତିରେ ବିବାହ କରିବେ ବୋଲି କହିଲେ ପ୍ରଭାସ: ଖୁସିରେ ନାଚି ଉଠିଲେ ପ୍ରଶଂସକ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ପ୍ରଭାସ ଏବେ ତାଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏବେ ସେ ତାଙ୍କ ବିବାହ ଖବରକୁ ନେଇ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ପ୍ରଭାସଙ୍କ ବିବାହକୁ ନେଇ ପୂର୍ବରୁ ପ୍ରଶଂସକଙ୍କ ମନରେ ଅନେକ ଦ୍ବନ୍ଦ୍ବ ରହିଥିବା ବେଳେ ଏବେ ପ୍ରଭାସ ସବୁଜ ସଂକେତ ଦେଇଛନ୍ତି। ସେ ନିକଟରେ ନିଜ ବିବାହକୁ ନେଇ ଏକ ସୂଚନା ପ୍ରଦାନ କରିଛନ୍ତି।

ନିକଟରେ ତାଙ୍କୁ ଯେତେବେଳେ ତାଙ୍କ ବିବାହ ସଂପର୍କରେ ପଚରାଗଲା ସେ ତିରୁପତିରେ ବିବାହ କରିବେ ବୋଲି କହିଛନ୍ତି। ତେବେ ସେ କାହାକୁ ବିବାହ କରିବେ ଓ କେବେ ବିବାହ କରିବେ ସେ ସଂପର୍କରେ କିଛି କହିନାହାନ୍ତି।

ଏ ବର୍ଷର ସବୁଠାରୁ ବଡ଼ ଫିଲ୍ମ ‘ଆଦିପୁରୁଷ’କୁ ଜୁନ୍‌ ୧୬ ତାରିଖରେ ତିରୁପତିରେ ରିଲିଜ୍‌ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପ୍ରଶଂସକ ପ୍ରଭାସଙ୍କୁ ତାଙ୍କ ବିବାହ ସଂପର୍କରେ ପଚାରିବାର ସୁଯୋଗ ହାତଛଡ଼ା କରିନଥିଲେ।

ତେବେ ପ୍ରଭାସ ଯେତେବେଳେ ତିରୁପତିରେ ବିବାହ କରିବେ ବୋଲି କହିଲେ ତ ପ୍ରଶଂସକମାନେ ବେଶ୍‌ ଆନନ୍ଦିତ ହୋଇ ଯାଇଥିଲେ। ତେବେ ବିବାହକୁ ନେଇ ପ୍ରଭାସଙ୍କର ଏହି ମନ୍ତବ୍ୟ ଭାଇରାଲ୍‌ ହେବାରେ ଲାଗିଛି।

ପ୍ରଶଂସକମାନେ ଏବେ ଅଭିନେତାଙ୍କୁ ବର ବେଶରେ ଦେଖିବାକୁ ଅପେକ୍ଷା କରି ରହିଛନ୍ତି। ଆପଣ ଜାଣନ୍ତି ଯେ ପ୍ରଭାସଙ୍କ ନାମ ଦୀର୍ଘ ଦିନ ହେବ ଅଭିନେତ୍ରୀ କ୍ରିତି ସାନନଙ୍କ ନାମରେ ଯୋଡ଼ି ହୋଇଛି। ଅବଶ୍ୟ ଉଭୟ ପ୍ରଭାସ ଓ କ୍ରିିତି ଏହି ଖବରକୁ ଗୁଜବ ବୋଲି କହି ସାରିଛନ୍ତି।

ସମ୍ବନ୍ଧିତ ଖବର