ହାଇଦ୍ରାବାଦ: ନିଶ୍ବାସ ନେବାରେ ସମସ୍ୟା ହେବାରୁ ଗତକାଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ। ଫିଲ୍ମ ‘ପ୍ରୋଜେକ୍ଟ କେ’ର ସୁଟିଂ ସମୟରେ ସେଟରେ ହିଁ ତାଙ୍କୁ ହଠାତ ନିଶ୍ବାସ ନେବାରେ ସମସ୍ୟା ହୋଇଥିଲା। ଏହା ପରେ ତୁରନ୍ତ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ଏବେ ସେ ସୁସ୍ଥ ହୋଇ ପୁଣି ଥରେ ସୁଟିଂ ସେଟକୁ ଫେରିଛନ୍ତି। ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ଦୀପିକାଙ୍କ ହୃଦସ୍ପନ୍ଦନ ବଢ଼ିଯିବା ସହ ସେ ଅସହଜ ମନେ କରିଥିଲେ। ଏବେ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।
ତେବେ ସୁସ୍ଥ ହୋଇଥିଲେ ବି ଦୀପିକାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିବା ଜାଣି ପ୍ରଭାସ ସୁଟିଂକୁ ବନ୍ଦ କରିଦେଇଛନ୍ତି। ପୂରା ସୁଟିଂକୁ ବନ୍ଦ କରିନଥିଲେ ବି ଦୀପିକା ସହ ସହ ଥିବା କିଛି ଗୁରୁତ୍ବପୂର୍ଣ୍ଣ ଦୃଶ୍ୟର ସୁଟିଂକୁ ବନ୍ଦ କରି ସେ ପୂରା ସୁସ୍ଥ ହେବା ପରେ ସୁଟିଂ ଆରମ୍ଭ କରିବାକୁ କହିଛନ୍ତି ପ୍ରଭାସ।
ତେବେ ଦୀପିକା ପାଦୁକୋନ୍ ବର୍ତ୍ତମାନ ‘ପ୍ରୋଜେକ୍ଟ କେ’ର ସୁଟିଂ ପାଇଁ ହାଇଦ୍ରାବାଦରେ ଅଛନ୍ତି, ଯେଉଁଥିରେ ପ୍ରଭାସ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ସହ ଦୀପିକା ସାଉଥ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ‘ପ୍ରୋଜେକ୍ଟ କେ’ରେ ବିଗ୍ ବି ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଦିଶା ପଟାନୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ଦୀପିକା ପାଦୁକୋନ ଶାହରୁଖ ଖାନଙ୍କ ସହ ଫିଲ୍ମ ‘ପଠାନ’ ଏବଂ ହ୍ରିତିକ ରୋଶନଙ୍କ ସହ ଫିଲ୍ମ ‘ଫାଇଟର’ରେ ମଧ୍ୟ ନଜର ଆସିବେ, ଯାହାର ସୁଟିଂ ଆରମ୍ଭ ହୋଇସାରିଛି।