ଫିଲ୍ମ ପାଇଁ କାଳ ହେଉଛି ଅଭିନେତାଙ୍କ ପାରିଶ୍ରମିକ, ଖାଲି ହୋଇଯାଉଛି ପ୍ରଯୋଜକଙ୍କ ପକେଟ

ମୁମ୍ବାଇ: ଗତ କିଛି ବର୍ଷ ମଧ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରି ଏକ ନୂତନ ଦିଗରେ ଯାତ୍ରା କରିବା ଆରମ୍ଭ କରିଛି। କେବଳ ଫିଲ୍ମର ବଜେଟ୍ ନୁହେଁ, କଳାକାରମାନଙ୍କର ପାରିଶ୍ରମିକ ମଧ୍ୟ ବଢ଼ିଛି। ହେଲେ ବଡ଼ ବଜେଟରେ ଫିଲ୍ମ ନିର୍ମାଣ ହେଉଥିଲେ ବି ବକ୍ସ ଅଫିସରେ ଫିଲ୍ମ ଭଲ ବ୍ୟବସାୟ କରିପାରୁନଥିବା ଦେଖିବାକୁ ମିଳିଛି। ଗତ କିଛି ମାସ ମଧ୍ୟରେ ଏହାର ଅନେକ ଉଦାହରଣ ସାମ୍ନାକୁ ଆସିଛି। ଫିଲ୍ମର ବଜେଟ ଅଧିକ ଥିବା ସହ ସେଥିରେ କାମ କରିଥିବା କଳାକାର କୋଟି କୋଟି ଟଙ୍କା ନେଉଥିଲେ ବି ପ୍ରଯୋଜକଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଅଭିନେତାଙ୍କୁ ପାରିଶ୍ରମିକ ଦେଇ ଦେଇ ପ୍ରଯୋଜକଙ୍କ ପକେଟ ଖାଲି ହୋଇଯାଉଛି, ହେଲେ ଆୟ ବଢ଼ିପାରୁ ନାହିଁ।

ଆଜି ଆମେ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଏଭଳି ଅଭିନେତାଙ୍କ ପାରିଶ୍ରମିକ ବିଷୟରେ କହିବୁ, ଯେଉଁମାନଙ୍କୁ ଫିଲ୍ମରେ ନେବା ପରେ ପ୍ରଯୋଜକଙ୍କୁ ହତାଶ ହେବାକୁ ପଡ଼ୁଛି। ଅଧିକ ପାରିଶ୍ରମିକ ନେଉଥିବା ସୂଚୀରେ ରହିଛନ୍ତି ପ୍ରଭାସ, ସଲମାନ ଖାନ୍, ଶାହାରୁଖ ଖାନ୍, ଅକ୍ଷୟ କୁମାର ଓ ଆମୀର ଖାନ୍। ଗୋଟିଏ ଫିଲ୍ମ ପାଇଁ ସଲମାନ ଓ ଆମୀର ୧୦୦-୧୫୦କୋଟି ପାରିଶ୍ରମିକ ନେଉଥିବା ବେଳେ ପ୍ରଭାସ ୧୦୦-୧୮୦କୋଟି ନିଅନ୍ତି। ଏହା ସହ ଶାହାରୁଖ ଗୋଟିଏ ଫିଲ୍ମ ପାଇଁ ୧୦୦କୋଟି ଟଙ୍କାର ପାରିଶ୍ରମିକ ନେଉଥିବା  ବେଳେ ଅକ୍ଷୟ କୁମାର ଗୋଟିଏ ଫିଲ୍ମ ପାଇଁ ୭୦-୧୧୫କୋଟି ପାରିଶ୍ରମିକ ନେଇଥାନ୍ତି।

ସମ୍ବନ୍ଧିତ ଖବର