ଫିଲ୍ମ ରିଲିଜ୍‌ ପୂର୍ବ ଦିନ ଏହି କାମ କରିବାକୁ ଚେଷ୍ଟା କରିଥାନ୍ତି ପ୍ରଭାସ

ମୁମ୍ବାଇ : ‘ବାହୁବଳୀ’ ପରେ ଏବେ ‘ସାହୋ’ ଜରିଆରେ ବକ୍ସ ଅଫିସରେ ଧମାଲ କରିବାକୁ ଯାଉଛନ୍ତି ପ୍ରଭାସ । ଫିଲ୍ମକୁ ଶେଷ କରିବା ପାଇଁ ୫ବର୍ଷ ସମୟ ଲାଗିଥିବା ବେଳେ ଏହାକୁ ସଫଳ କରିବା ପାଇଁ ଅନେକ ଚେଷ୍ଟା କରିବାରେ ଲାଗି ପଡ଼ିଛନ୍ତି ଫିଲ୍ମ ନିର୍ମାତା । ଏହା ସହ ଫିଲ୍ମର ଷ୍ଟାର କାଷ୍ଟ ମଧ୍ୟ ବିଭିନ୍ନ ରିୟାଲିଟି ସୋ’କୁ ଯାଇ ଫିଲ୍ମର ପ୍ରମୋସନ କରିବାରେ ଲାଗିଛନ୍ତି । ଅଗଷ୍ଟ ୩୦ରେ ଫିଲ୍ମ ରିଲିଜ୍‌ ହେବାକୁ ଯାଉଥିବା ବେଳେ ପ୍ରମୋସନ ପାଇଁ ଦ କପିଲ ଶର୍ମା ସୋ’ରେ ପହଞ୍ଚିଥିଲେ ପ୍ରଭାସ । ଯେଉଁଠି ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ରାଜ୍‌ ଖୋଲିଥିଲେ।

Image result for prabhas
India Today

ଏହି ସୋ’ରେ ଫିଲ୍ମ ରିଲିଜ୍‌ର ପୂର୍ବ ଦିନ ପ୍ରଭାସ କ’ଣ କରନ୍ତି ତାହା ଜଣାଇଥିଲେ । ଫିଲ୍ମ ରିଲିଜ୍‌ ପୂର୍ବ ଦିନ ପ୍ରଭାସ ଅଧିକ ଶୋଇବାକୁ ପସନ୍ଦ କରନ୍ତି ବୋଲି ହେଉଥିବା ଚର୍ଚ୍ଚା ଉପରେ କହିବାକୁ କପିଲ ପ୍ରଭାସଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖି, “ହଁ, ମୁଁ ଅଧିକ ସମୟ ଶୋଇବାକୁ ଚେଷ୍ଟା କରେ । କିନ୍ତୁ ଫିଲ୍ମ ରିଲିଜ୍‌କୁ ନେଇ ଚିନ୍ତା ଥିବାରୁ ମୁଁ ଶୋଇପାରେ ନାହିଁ” ବୋଲି କହିଥିଲେ ପ୍ରଭାସ ।

ସମ୍ବନ୍ଧିତ ଖବର