ଅମିତାଭ ଓ ଅମୀରଙ୍କୁ ଏକାଠି ନୃତ୍ୟ ନିର୍ଦ୍ଦେଶନା ଦେଇ ପ୍ରଭୁ ଦେବା ଖୁସ୍‌

ମୁମ୍ବାଇ : ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ ଓ ମିଷ୍ଟର ପର୍‌ଫେକସନିଷ୍ଟ ଅମୀର ଖାନ୍‌ ପ୍ରଥମ ଥର ପାଇଁ ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ତଥା ବିଜୟକୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ରେ ଏକାଠି ଆସୁଛନ୍ତି। ଅମିତାଭ ଓ ଅମୀର୍‌ ଏକାଠି ଆସିବା ଜଣେ ବ୍ୟକ୍ତିଙ୍କ ପାଇଁ ଖାସ୍‌ ହୋଇଛି। ଏହି ସେଲିବ୍ରିଟି ଜଣକ ହେଲେ ନୃତ୍ୟ ନିର୍ଦ୍ଦେଶକ-ଅଭିନେତା-ନିର୍ଦ୍ଦେଶକ ପ୍ରଭୁ ଦେବା।

ପ୍ରଭୁ ଦେବା ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ର ଦୁଇଟି ଗୀତର କୋରିଓଗ୍ରାଫି କରିଛନ୍ତି। ଏହି ଗୀତରେ ହିରୋଇନ୍‌ କାଟ୍ରିନା କୈଫ୍‌ ଓ ଫାତିମା ସନା ଶେଖ ମଧ୍ୟ ନଜର ଆସିବେ।
ପ୍ରଭୁ ଦେବା କହିଛନ୍ତି ,ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି ଯେ ଗୋଟିଏ ଫ୍ରେମ୍‌ରେ ଅମିତାଭ ବଚ୍ଚନ ଓ ଅମୀର ଖାନ୍‌ଙ୍କୁ କୋରିଓ ଗ୍ରାଫି କରିବାର ସୁଯୋଗ ମୋତେ ମିଳିଛି। ଏହି ସମୟରେ ମୋତେ କିଛି କଥା ଶିଖିବାର ସୁଯୋଗ ମିଳିଛି।ଏ ଦୁଇ ମହାନ୍‌ କଳାକାର କିଭଳି ଅଭିନୟ କରନ୍ତି, କିଭଳି ସଂଳାପ କହନ୍ତି ତାହା ମୁଁ ଜାଣି ପାରିଲି। ଉଭୟ ଅମିତାଭ ବଚ୍ଚନ ଓ ଅମୀର୍‌ ଖାନ୍‌ ମୋର ପ୍ରେରଣାର ସ୍ରୋତ।

पत्रिका

ଏଠାରେ ସୂଚନାଯୋଗ୍ୟ ଯେ,ଗତ ୩୦ ବର୍ଷ ଧରି ପ୍ରଭୁ ଦେବା ଫିଲ୍ମ ଦୁନିଆ ସହ ଜଡ଼ିତ। ସେ ପ୍ରାୟ ୩୦ଟି ହିନ୍ଦୀ,ତେଲୁଗୁ ଓ ତାମିଲ୍‌ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି । ପ୍ରାୟ ୨୧୦ କୋଟି ବ୍ୟୟରେ ନିର୍ମିତ ‘ଠଗ୍‌ସ ଅଫ୍‌ ହିନ୍ଦେସ୍ତାନ୍‌’ଏଇ ନଭେମ୍ବର ୭ ତାରିଖରେ ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର