୭୫ଥର ଅଡିସନ‌ରେ ରିଜେକ୍ଟ ହୋଇଥିବା ବିଦ୍ୟା ବଲାନଙ୍କୁ ପ୍ରଦୀପ ସରକାର ଷ୍ଟାର ବନାଇଥିଲେ

ମୁମ୍ବାଇ: ଗୁରୁବାର ରାତି ପ୍ରାୟ ୩.୩୦ରେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦେଶକ ୬୮ ବର୍ଷିୟ ପ୍ରଦୀପ ସରକାରଙ୍କ ଦେହାନ୍ତ ହୋଇଯାଇଥିବା କଥା ଅଭିନେତ୍ରୀ ନୀତୁ ଚନ୍ଦ୍ରା ସୂଚନା ଦେଇଛନ୍ତି । ସେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ରର ନିର୍ଦେଶନା ଦେବା ସହିତ ଏଡିଟିଂ ଓ ଚିତ୍ରନାଟ୍ୟ ରଚନା ଜରିଆରେ ଲୋକପ୍ରିୟ ହୋଇ ପାରିଥିଲେ।

ପ୍ରଦୀପ ସରକାର ‘ପରିଣୀତା’, ‘ଲଗା ଚୁନରି ମୈଁ ଦାଗ୍‌’, ‘ମର୍ଦାନି’ ଏବଂ ‘ହେଲିକପ୍ଟର୍‌ ଏଲା’ ଭଳି ଅନେକ ଲୋକପ୍ରିୟ ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି।  ସେ ସିନେମା ଜଗତରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇଛନ୍ତି। ‘ପରିଣୀତା’ ସିନେମାରେ ବିଦ୍ୟା ବାଲନଙ୍କୁ ମୁଖ୍ୟ ଭୂମିକା ମିଳିବା ଘଟଣା ଏହାର ଉଦାହରଣ। ସେ ମଣିଷ ଭିତରେ କେଉଁ କଳା ଅଛି ତାହାକୁ ସ୍ପଷ୍ଟ ଭାବେ ପରଖି ପାରୁଥି‌ଲେ।

ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ ଏକଦା ୭୫ଥର ଅଡିସନରେ ରିଜେକ୍ଟ ହୋଇସାରିଥିବା ବେଳେ ପ୍ରଦୀପ ସରକାର ତାଙ୍କୁ ଚୟନ କରି ‘ପରିଣୀତା’ର ମୁଖ୍ୟ ଭୂମିକା ପାଇଁ ତାଙ୍କୁ ଚୁକ୍ତି  କରିଥିଲେ। ଏହି ସିନେମା ପରେ ବିଦ୍ୟା ବାଲନ ଷ୍ଟାର ହୋଇଯାଇଥ‌ିଲେ। ପ୍ରଦୀପ ସରକାରଙ୍କ ନିର୍ଦେଶିତ ପ୍ରଥମ ଚଳଚ୍ଚିତ୍ର ବି ହେଉଛି ‘ପରିଣୀତା’।

ସତୀଶ କୌଶିକଙ୍କ ମୃତ୍ୟୁର କିଛିଦିନ ପରେ ପ୍ରଦୀପ ସରକାରଙ୍କ ମୃତ୍ୟୁ ଖବର ଚଳଚ୍ଚିତ୍ର ଜଗତକୁ ଏକ ଶକ୍ତ ଧକ୍କା ଲାଗିଛି।

ସଂଗୃହୀତ ରିପୋର୍ଟ ଅନୁସାରେ, କିଡନି ସମସ୍ୟା ହେତୁ ‘ଡାଏଲିସିସ୍‌’ରେ ଥିବା ପ୍ରଦୀପ ସରକାରଙ୍କ ‘ପଟାସିୟମ୍‌’ ସ୍ତର ଖୁବ୍‌ ନିମ୍ନ ସ୍ତରକୁ ଚାଲିଆସିଥିଲା। ରାତି ୩ଟା ବେଳେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ହିଁ ତାଙ୍କର ମୃତ୍ୟୁ ଘଟିଲା।

ସମ୍ବନ୍ଧିତ ଖବର