ଏହି ଓଲିଉଡ ଅଭିନେତା ଏବେ ଭାରି ଦୁଷ୍ଟ

ଭୁବନେଶ୍ୱର: ପ୍ରଦ୍ୟୁମ୍ନ ଲେଙ୍କା ଓଲିଉଡର ଜଣେ ଜଣାଶୁଣା ଚରିତ୍ର ଅଭିନେତା। ତାଙ୍କୁ ଦର୍ଶକ ଆଗରୁ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇଛନ୍ତି। ହେଲେ ଏବେ ତାଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଚଳିତ ମାସରେ ପରଦାକୁ ଆସୁଛି ଏକ ଓଡ଼ିଆ ସିନେମା ଯାହାର ଟାଇଟଲ ହେଲା ‘ବାପା ,ତୁମେ ଭାରି ଦୁଷ୍ଟ’। ଏହି ସିନେମାରେ ଜଣେ ଦୁଷ୍ଟ ବାପା ବନିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା।ଏଥିରେ ଟେଲି ଦୁନିଆଁର ଦୁଇ ଜଣ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀଙ୍କୁ ବଡ ପରଦାରେ ନାୟକ-ନାୟିକା ଭୂମିକାରେ ଦେଖିବାକୁ ମିଳିବ।

ଏମାନଙ୍କୁ ଭିତରୁ ନାୟକ ହେଲେ ଜୟଜିତ୍‌ । ଲଭ୍‌ ଏକ୍ସପ୍ରେସ୍‌ ସିନେମାରେ ନଜର ଆସିଥିବା ସମିତାଙ୍କୁ ଏହି ସିନେମାରେ ଜୟଜିତଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ଦର୍ଶକ ଜୟଜିତ୍‌-ସମିତାଙ୍କ ନୂଆ ଯୋଡ଼ି ସାଙ୍ଗକୁ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ରବି ମିଶ୍ର ଇଲୁ ବାନାର୍ଜୀ ପ୍ରମୁଖଙ୍କର କମେଡି ଅଭିନୟରେ ଦର୍ଶକ କେତେ ପ୍ରଭାବିତ ହେବେ ତାହା ସିନେମା ରିଲିଜ୍‌ ହେବାପରେ ଜଣାଯିବ। ସୀତାରାମ ଅଗ୍ରଓ୍ଵାଲ୍‌ଙ୍କ ପ୍ରଯୋଜିତ ଏହାର ସଂଳାପ ଲେଖିଛନ୍ତି ଡ଼ ନିର୍ମଳ ନାୟକ। ରମେଶ ରାଉତ ଏହାର ନିର୍ଦ୍ଦେଶକ ।

ସମ୍ବନ୍ଧିତ ଖବର