ସ୍ୱାମୀଙ୍କୁ ତାରିଫ

ବଲିଉଡର ଚକୋଲେଟ୍ ହିରୋ ଶାହିଦ କପୁରଙ୍କ ପତ୍ନୀ ଏବେ ସ୍ୱାମୀଙ୍କୁ ପ୍ରଶଂସାରେ ପୋତି ପକେଇଛନ୍ତି। ‘ଦିଲ୍ ତୋ ପାଗଲ ହୈ’ ଫିଲ୍ମରୁ ଅଭିନୟ ଯାତ୍ରା ଆରମ୍ଭ କରିଥିବା ଶାହିଦ କପୁର ଏହା ଭିତରେ ତାଲ୍, ଇସ୍କ ଭିସ୍କ, ଦିଲ ମାଙ୍ଗେ ମୋର, ଶିକାର, ୩୬ ଚାଇନା ଟାଉନ୍, ଚୁପକେ ଚୁପକେ, ଫୁଲ ଔର ଫାଇନାଲ, କିସମତ କନେକସନ୍, କ‌ମିନେ, ଦିଲ ବୋଲେ ହାଡିପା, ଚାନ୍ସ ପେ ଡ୍ୟାନ୍ସ, ପାଠଶାଳା, ବଦମାସ କମ୍ପାନୀ, ମୌସମ୍, ତେରି ମେରି କହାନୀ, ଫଟା ପୋଷ୍ଟର ନିକଲା ହିରୋ, ଆର ରାଜକୁମାର, ହାଇଦର, ସାନଦାର, ଉଡତା ପଞ୍ଜାବ, ପଦ୍ମାବତ, ୱେଲକମ ଟୁ ନ୍ୟୁୟର୍କ, ବତୀ ଗୁଲ ମିଟର ଚାଲୁ ପରି ଚଳଚ୍ଚିତ୍ରର ନାୟକ ଭାବେ ଦେଖିବାକୁ ମିଳିଛି ଶାହିଦଙ୍କୁ।

ହେଲେ ଶାହିଦଙ୍କ ଅଭିନୀତ ଫିଦା, ଜବ ଉଇ ମେଟ୍ ଏବଂ କବୀର ସିଂହ ଏତେ ଚର୍ଚ୍ଚିତି ହେଇଛି ଯେ ଏଥିରେ ଶାହିଦଙ୍କ ରୋମାଣ୍ଟିକ ଭୂମିକାର ନିଚ୍ଛକ ପ୍ରତିଫଳନ ହେଇଛି। ହେଲେ ଶାହିଦଙ୍କୁ ବିବାହ କରିଥିବା ମୀରା ରାଜପୁତ ଯେ ତାଙ୍କର ନିର୍ଦ୍ଦିଷ୍ଟ ଏକ ଚଳଚ୍ଚିତ୍ରକୁ ତାରିଫ କରିବେ କିଏ ଜାଣିଥିଲା। ମୀରା ଶାହିଦଙ୍କୁ ସ୍ବାମୀ ଭାବରେ ଯେତେ ତାରିଫ କରନ୍ତୁ ନା କାହିଁକି, ତାଙ୍କର କୌଣସି ସିନେମାକୁ ଯେ ବାହାବା ଦେବେ ଅନେକଙ୍କର ଉତ୍କଣ୍ଠା ଥିଲା, ତାହା ଏବେ ସ୍ପଷ୍ଟ ହେଇଯାଇଛି। ମୀରା କହିଛନ୍ତି ‘ମୋତେ ଶାହିଦଙ୍କ ଅଭିନୀତ ‘ଚୁପ୍‌କେ ଚୁପ୍‌କେ’ ଚଳଚ୍ଚିତ୍ରଟି ଅଧିକ ଆକୃଷ୍ଟ କରିଛି। ଏଥିରେ ଶାହିଦଙ୍କ ଅଭିନୟ ମୋ ହୃଦୟକୁ ସ୍ପର୍ଶ କରିଛି।’

ସମ୍ବନ୍ଧିତ ଖବର