ଅକ୍ଷୟଙ୍କ ଅପେକ୍ଷା ରିଚା ଦେଶ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ; ରିଚାଙ୍କୁ ସମର୍ଥନ କରି ଏଭଳି ଟ୍ବିଟ କଲେ ପ୍ରକାଶ ରାଜ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିଚା ଚଢ଼ା ଏବେ ତାଙ୍କର ଗୋଟିଏ ଟ୍ୱିଟକୁ ନେଇ ବିବାଦରେ ଛନ୍ଦି ହେଉଥିବାର ଦେଖାଯାଉଛି। ରିଚା ଚଢ଼ା ଭାରତୀୟ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଏକ ଟୁଇଟକୁ ରିଟ୍ୱିଟ କରି ଏପରି କିଛି ଲେଖିଥିଲେ, ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ସେ କରିଥିବା ଟ୍ବିଟକୁ ନେଇ ଅନେକ ସେଲିବ୍ରିଟି ତାଙ୍କୁ ବିରୋଧ କରି ଟ୍ବିଟ କରିଥିବା ବେଳେ ସମର୍ଥନ କରିଛନ୍ତି ସାଉଥର ଜଣାଶୁଣା ଅଭିନେତା ପ୍ରକାଶ ରାଜ୍। ଅକ୍ଷୟ କୁମାର ରିଚାଙ୍କୁ ବିରୋଧ କରି କରିଥିବା ଟ୍ବିଟକୁ ନିନ୍ଦା କରି ରିଚା ଦେଶପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ ରାଜ୍ କହିଛନ୍ତି।

ସୂଚନା ମୁତାବକ, ଅକ୍ଷୟ କୁମାର ରିଚା ଚଢ଼ାଙ୍କ ଭାଇରାଲ ଟ୍ୱିଟର ସ୍କ୍ରିନସଟ ଟ୍ୱିଟ କରି ଲେଖିଥିଲେ, ଏହାକୁ ଦେଖି ଦୁଃଖ ଲାଗୁଛି। କେବେ ବି ଆମକୁ ଆମ ସେନା ବାହିନୀ ପ୍ରତି ଅକୃତଜ୍ଞ ହେବା ଉଚିତ୍ ନୁହେଁ। ସେମାନେ ଅଛନ୍ତି ବୋଲି ଆମେ ଆଜି ଅଛେ। ଏହା ସହିତ ଅକ୍ଷୟ ଏକ ହାତ ଯୋଡାଯାଇଥିବା ଇମୋଜି ରଖି ଟ୍ବିଟ କରିଥିବା ଦେଖାଯାଇଥିଲା।

प्रकाश राज का ट्वीट

ଅକ୍ଷୟଙ୍କ ଏଭଳି ଟ୍ବିଟକୁ ନିନ୍ଦା କରି ପ୍ରକାଶ ରାଜ ଟ୍ବିଟ କରି ଲେଖିଛନ୍ତି ଯେ, “ଅକ୍ଷୟ ଆପଣଙ୍କଠାରୁ ଏହା ଆଶା କାଯାଉନଥିଲା। ଆପଣ ଯାହା କହିଛନ୍ତି ତାହା ନିନ୍ଦନୀୟ। ରିଚା ଚଢ଼ା ଆପଣଙ୍କ ଅପେକ୍ଷା ଏହି ଦେଶ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ।”

ଉଲ୍ଲେଖଯୋଗ୍ୟ, ସେନାର ଉତ୍ତର କମାଣ୍ଡର କମାଣ୍ଡିଂ-ଇନ୍-ଚିଫ୍ ଉପେନ୍ଦ୍ର ଦ୍ୱିବେଦୀ ଟ୍ବିଟ କରିଥିଲେ ଯେ, ଆମେ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛୁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ଯଦି ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରେ ତେବେ ଏହାର ଉପଯୁକ୍ତ ଜବାବ ଦିଆଯିବ। ସୀମାରେ ଶାନ୍ତି ବଜାୟ ରଖିବା ଉଭୟ ଦେଶର ଦାୟିତ୍ୱ। କିନ୍ତୁ ଯଦି ପାକିସ୍ତାନ ଶାନ୍ତି ଭଙ୍ଗ କରିବା ପାଇଁ କୌଣସି ପଦକ୍ଷେପ ନିଏ, ତେବେ ଏହାର ପରିଣାମର ସାମ୍ନା କରିବାକୁ ପ୍ରସ୍ତୁତ ରହୁ। ଏହି ଟ୍ବିଟକୁ ରିଟ୍ବିଟ କରି ରିଚା ଲେଖିଥିଲେ ‘ଗଲୱାନ ସେଜ ହାଏ’।

ତେ‌ବେ ବିବାଦ ବଢ଼ୁଥିବା ଦେଖି କ୍ଷମା ମାଗିଛନ୍ତି ରିଚା। ହେଲେ କ୍ଷମା ମାଗିବା ପରେ ବି ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ିଛି।

ସମ୍ବନ୍ଧିତ ଖବର