ଦୁର୍ଘଟଣାର ଶିକାର ହେବା ପରେ ସଫଳ ହୋଇଛି ପ୍ରକାଶଙ୍କ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ବଲିଉଡର ଜଣାଶୁଣା ଅଭିନେତା ପ୍ରକାଶ ରାଜ ଗତ ମଙ୍ଗଳବାର ଏକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ପ୍ରକାଶ ରାଜ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ହସ୍ପିଟାଲରୁ ନିଜର ଏକ ଫଟୋ ସେୟାର କରିଛନ୍ତି।

ହସ୍ପିଟାଲ ବେଡରେ ପ୍ରକାଶ ଶୋଇଥିବା ଫଟୋ ସେୟାର କରି ଅଭିନେତା ଲେଖିଛନ୍ତି, ମୋର ହାତର ସର୍ଜରୀ ସଫଳ ହୋଇଛି  । ଡେଭିଲ୍ ଇଜ୍ ବ୍ୟାକ୍… ସଫଳ ସର୍ଜରୀ … ଧନ୍ୟବାଦ ପ୍ରିୟ ବନ୍ଧୁ ଡ. ଗୁରୁଭା ରେଡ୍ଡି ଏବଂ ଆପଣମାନଙ୍କ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ । ମୁଁ ଖୁବ ଶୀଘ୍ର ପୁଣି କାମକୁ ଫେରିବି ।’

ଉଲ୍ଲେଖଯୋଗ୍ୟ, ସିଙ୍ଘମ, ଘିଲ୍ଲି, ୱାଣ୍ଟେଡ, ଅନ୍ନିୟା ଏବଂ ପୋକରି ଭଳି ସିନେମାରେ ଜୀବନ୍ତ ଅଭିନୟ କରି ପ୍ରକାଶ ରାଜ ଦର୍ଶକଙ୍କ ଖୁବ ମନୋରଞ୍ଜନ କରିଛନ୍ତି ।

 

 

View this post on Instagram

 

A post shared by Prakash Raj (@joinprakashraj)

ଗତ ଅଗଷ୍ଟ ୧୦ ତାରିଖରେ ପ୍ରକାଶ ଟୁଇଟ କରି ଲେଖିଥିଲେ, ‘ଏକ ଛୋଟ ଦୁର୍ଘଟଣା…ଏକ ଛୋଟ ଫ୍ୟାକଚର….ସର୍ଜରି ପାଇଁ ଯିବାକୁ ପଡିଛି ହାଇଦ୍ରାବାଦ। ମୋର ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ମୁଁ ଠିକ ଅଛି।’

ସମ୍ବନ୍ଧିତ ଖବର