ମୁମ୍ବାଇ: ଫିଲ୍ମ ‘ପଠାନ୍’ର ପ୍ରଥମ ଗୀତ ‘ବେସରମ୍ ରଙ୍ଗ’ ରିଲିଜ୍ ହୋଇସାରିଛି। ଏହି ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପୋଷକ ପରିଧାନକୁ ନେଇ ଏବେ ବିବାଦ ଉପୁଜିଛି। ଦୀପିକାଙ୍କ ପୋଷାକକୁ ନେଇ ମଧ୍ୟପ୍ରଦେଶର ଗୃହ ମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ରା ନିନ୍ଦା କରିଛନ୍ତି। କେବଳ ସେତିକି ନୁହେଁ, ମଧ୍ୟପ୍ରଦେଶ ମନ୍ତ୍ରୀ ଚେତାବନୀ ଦେଇଛନ୍ତି କି, ସିନେମାରେ ଦୀପିକାଙ୍କ ପୋଷାକ ଓ କିଛି ଦୃଶ୍ୟକୁ ଯଦି ପରିବର୍ତ୍ତନ କରା ନଗଲା ତେବେ ରାଜ୍ୟରେ ସିନେମା ରିଲିଜ ହୋଇପାରିବ ନାହିଁ। ମନ୍ତ୍ରୀଙ୍କର ଏହି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ତେଲୁଗୁ ଅଭିନେତା ତଥା ନିର୍ଦ୍ଦେଶକ ପ୍ରକାଶ ରାଜ୍।
ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ ଜରିଆରେ ମନ୍ତ୍ରୀଙ୍କ ବୟାନ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ କେତେ ଦିନ ପର୍ଯ୍ୟନ୍ତ ଏସବୁକୁ ଆମକୁ ସହିବାକୁ ପଡ଼ିବ ବୋଲି ପ୍ରଶ୍ନ କରିଛନ୍ତି।
ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ ଆସନ୍ତା ଜାନୁଆରିରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିଛିଦିନ ତଳେ ଫିଲ୍ମର ପ୍ରଥମ ଗୀତ ‘ବେସରମ ରଙ୍ଗ’ ରିଲିଜ ହୋଇଯାଇଛି। ଦର୍ଶକ ଶାହରୁଖ ଖାନ୍ ଏବଂ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରିକୁ ବହୁତ ପସନ୍ଦ କରିଛନ୍ତି।
Disgusting … How long should we tolerate these ..Colour Blind #AndhBhakts .. #justasking https://t.co/SSgxKpvcE9
— Prakash Raj (@prakashraaj) December 14, 2022
ଏହାରି ଭିତରେ ସିନେମାକୁ ନେଇ ଏକ ବିବାଦ ମୁଣ୍ଡ ଟେକିଛି। ଲୋକେ ସିନେମାକୁ ବଏକଟ କରିବାକୁ ଦାବି କରିଛନ୍ତି। କିଛିଲୋକେ ତ ସିନେମାକୁ ବ୍ୟାନ କରିବାକୁ କହିଛନ୍ତି।