ଭୁବନେଶ୍ବର: ‘ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍’ ପ୍ରଯୋଜିତ ତଥା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ମିଳିଛି ଆଉ ଏକ ସଫଳତା। ଏହି ସିନେମାକୁ ଏକାଦଶ ଡିସିଏସଏଏଫଏଫ( ଡିସି ସାଉଥ୍ ଏସିଆନ୍ ଫିଲ୍ମ ଫେଷ୍ଟିଭାଲ୍) ସମାରୋହରେ ଏକ ପୁରସ୍କାର ମିଳିଛି। ‘ପ୍ରତୀକ୍ଷା’କୁ ମିଳିଛି ଶ୍ରେଷ୍ଠ କାହାଣୀ ପୁରସ୍କାର। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ର ଗଳ୍ପରୁ ଏହି ସିନେମାର କାହାଣୀ ଅନୁପ୍ରାଣିତ ହୋଇଛି। ‘ପ୍ରତୀକ୍ଷା’ର ସଂଳାପ ଓ ଚିତ୍ରନାଟ୍ୟ ରୋଶନ୍ ବିଶୋଇ ରଚନା କରିଛନ୍ତି।
/sambad/media/post_attachments/wp-content/uploads/2018/03/GOURAHARI_Das.jpg)
ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଗୀତ ରଚନା କରିଛନ୍ତି ଦୁର୍ଗାମାଧବ ପଣ୍ଡା ଓ ପ୍ରିୟରଞ୍ଜନ ସାହୁ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅଛନ୍ତି। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଦୀପନ୍ୱିତ ଦାସ ମହାପାତ୍ର, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ରୋଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶ୍ରୀଲା ତ୍ରିପାଠୀ, ଅବକାଶ ମିଶ୍ର ଓ ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି। ଆଗାମୀ ଡିସେମ୍ବର ୨ ତାରିଖରେ ‘ପ୍ରତୀକ୍ଷା’ ପରଦାକୁ ଆସିବ।
![]()
ଉଲ୍ଲେଖଯୋଗ୍ୟ, ଗୋଆଠାରେ ଆୟୋଜିତ ହେବାକୁ ଥିବା ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ(ଆଇଏଫ୍ଏଫ୍ଆଇ) ଭାରତୀୟ ପାନୋରୋମା ବିଭାଗରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ଆଇଏଫ୍ଏଫ୍ଆଇ ଫିଚର୍ ଫିଲ୍ମ ବିଭାଗରେ ୨୫ଟି ଚଳଚ୍ଚିତ୍ର ମଧ୍ୟରୁ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବେ ଏହା ମନୋନୀତ ହୋଇଛି। ଏହି ଚଳଚ୍ଚିତ୍ର ଉତ୍ସବ ଗୋଆରେ ନଭେମ୍ୱର ୨୦ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।
ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଚଳଚ୍ଚିତ୍ରର ନିର୍ମାତା, ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ଟୁଇଟରରେ ଶୁଭେଚ୍ଛା ଜଣାଇଛନ୍ତି। ଏହା ଓଡ଼ିଶା ପାଇଁ ଗୌରବର ବିଷୟ ସେଦୁହେଁ ଲେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/38-5-1.jpg)