ସଞ୍ଜୟଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବ ନୁହେଁ ପ୍ରାର୍ଥନା ଆବଶ୍ୟକ: ମାନ୍ୟତା

ବଲିଉଡ୍‌ର ଦିଗ୍‌ଗଜ ଅଭିନେତା ସଞ୍ଜୟ ଦତ୍ତ ଫୁସ୍‌ଫୁସ୍‌ କର୍କଟରେ ପୀଡ଼ିତ ଅଛନ୍ତି। ସଞ୍ଜୟ ନିଜେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେବା‌ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଚିନ୍ତା ବଢ଼ିଯାଇଥିଲା। ଏବେ ସଞ୍ଜୟଙ୍କ ପତ୍ନୀ ମାନ୍ୟତା ଦତ୍ତ ସଞ୍ଜୟଙ୍କ ସ୍ବାସ୍ଥ୍ୟକୁ ନେଇ ବୟାନ ଜାରି କରିଛନ୍ତି। ମାନ୍ୟତା କହିଛନ୍ତି ଯେ ଆମକୁ ପ୍ରଶଂସକମାନଙ୍କ ପ୍ରାର୍ଥନାର ଆବଶ୍ୟକତା ରହିଛି। ସଞ୍ଜୁଙ୍କ ସ୍ବାସ୍ଥ୍ୟକୁ ନେଇ କୌଣସି ଗୁଜବ ପ୍ରଚାର ନହେଉ। ସଞ୍ଜୁ ଶୀଘ୍ର ସୁସ୍ଥ ହେବା ନେଇ ଯେଉଁମାନେ ଶୁଭକାମନା ଜଣାଇଛନ୍ତି ସେମାନଙ୍କୁ ମାନ୍ୟତା ଧନ୍ୟବାଦ ଜରାଇଛନ୍ତି। ସେ ଏକଥା ବି କହିଛନ୍ତି, ଭଗବାନ ଆମକୁ ପୁଣି ପରୀକ୍ଷାରେ ପକାଇଛନ୍ତି। ତେଣୁ ଏ ସମୟରେ ସେ ସଞ୍ଜୁଙ୍କ ପାଇଁ ପ୍ରଶଂସକଙ୍କଠାରୁ ଶୁଭକାମନା ଲୋଡ଼ିଛନ୍ତି। ସଞ୍ଜୟ ମାନ୍ୟତାଙ୍କୁ ୨୦୦୮ରେ ହିନ୍ଦୁ ରୀତିନୀତି ମୁତାବକ ବିବାହ କରିଥିଲେ। ତାଙ୍କର ଯାଁଳା ପୁତ୍ର ମଧ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର