ମୁମ୍ବାଇ: ୨୦୧୪ ମସିହାରେ କଲର୍ସ ଟିଭିର ଧାରାବାହିକ 'ବେଇନତେହା'ରେ ହର୍ଷଦ ଆରୋରା ଏବଂ ପ୍ରୀତିକା ରାଓଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଇଥିଲା। ସୋ’ ଶେଷ ହେବାର ଅନେକ ବର୍ଷ ବିତିସାରିଥିବା ବେଳେ କିଛି ଦିନ ତଳେ ପ୍ରୀତିକା, ହର୍ଷଦଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ, ଯାହାର ଜବାବରେ ଅଭିନେତା ଏବେ ପ୍ରତିକ୍ରିୟା ଦେଇଛନ୍ତି। ହର୍ଷଦ କହିଛନ୍ତି ଯେ ଯଦି ସେ ଚାହାଁନ୍ତି, ତେବେ ସେ ଅଭିନେତ୍ରୀଙ୍କ ବିରୋଧରେ ମାମଲା ଦାୟର କରିପାରିବେ। କିନ୍ତୁ ଏସବୁ ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ।

Advertisment

ସୂଚନା ମୁତାବକ, ଏକ ଫ୍ୟାନ ପେଜ 'ବେଇନତେହା'ରେ ପ୍ରୀତିକା ଏବଂ ହର୍ଷଦଙ୍କର ଥିବା କିଛି ରୋମାଣ୍ଟିକ ଦୃଶ୍ୟର ଭିଡିଓ ଏଡିଟ୍ କରି ସେୟାର କରିବା ପ‌ରେ ରାଗିଯାଇଥିଲେ ଅଭିନେତ୍ରୀ। ଏହା ସେ ଫ୍ୟାନପେଜ୍‌କୁ ମେସେଜ୍ କରି ବିରକ୍ତି ପ୍ରକାଶ କରିଥିଲେ। ସେ ଲେଖିଥିଲେ, "ଆପଣଙ୍କୁ ଲାଜ ଲାଗିବା ଦରକାର। ମୁଁ ଆପଣଙ୍କୁ ବାରମ୍ବାର ଅନୁରୋଧ କରିଛି ଯେ ମୋର ଭିଡିଓଗୁଡ଼ିକୁ ଏପରି ଜଣେ ପୁରୁଷଙ୍କ ସହିତ ପୋଷ୍ଟ କର ନାହିଁ ଯିଏ ଇଣ୍ଡଷ୍ଟ୍ରିରେ ଦେଖା ହେଉଥିବା ପ୍ରତ୍ୟେକ ମହିଳାଙ୍କ ସହିତ ରାତି କଟାନ୍ତି।"

nbsdqegfhjqbfhq

ତାଙ୍କର ଏହି ମେସେଜ୍ ଭାଇରାଲ ହେବା ପରେ ପ୍ରୀତିକାଙ୍କ ଟିମ୍ କହିଛି ଯେ, "ଅଭିନେତ୍ରୀ ଏହା ବିଷୟରେ କିଛି ବି ଜାଣିନହାନ୍ତି। ଏହି ଭୁଲ ତାଙ୍କ ସୋସିଆଲ ମିଡିଆ ସମ୍ଭାଳୁଥିବା ବ୍ୟକ୍ତି କରିଛନ୍ତି।" ଏବେ ହର୍ଷଦ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, "ଯଦି ତୁମେ କାହା ବିଷୟରେ କିଛି ପୋଷ୍ଟ କରୁଛ, ତେବେ ଏହାର ଦାୟିତ୍ୱ ମଧ୍ୟ ନିଅ। ଅନ୍ୟକୁ କାହିଁକି ଫସାଉଛ। ସେ କାହାକୁ କିପରି ଦୋଷ ଦେଇପାରିବେ? ମୋ ଅନୁମତି ବିନା ମୋ ସୋସିଆଲ ମିଡିଆରେ କିଛି ହୁଏ ନାହିଁ ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ସମାନ କଥା ପ୍ରଯୁଜ୍ୟ। ମୁଁ ଚାହିଁଥିଲେ, ସେ ଯାହା କହିଥିଲେ ସେଥିପାଇଁ ମୁଁ ତାଙ୍କୁ ମାନହାନି ନୋଟିସ୍ ପଠାଇପାରିଥାନ୍ତି। କିନ୍ତୁ ସତ କହିବାକୁ ଗଲେ, ମୋ ପାଖରେ ଏଥିପାଇଁ ସମୟ ନାହିଁ।"