ନୂଆଦିଲ୍ଳୀ: ଆମେ ଜାଣନ୍ତି ଜଣେ ମହିଳାମାନଙ୍କୁ ସବୁଠାରୁ ଅଧିକ ଯନ୍ତ୍ରଣା ସନ୍ତାନ ପ୍ରସବ ସମୟରେ ହୋଇଥାଏ। ଏହି ଯନ୍ତ୍ରଣାକୁ ଅଣଦେଖା କରି କିଛି ବି କାମ କରିବା କୌଣସି ବି ମହିଳା ପକ୍ଷେ ସମ୍ଭବ ନୁହେଁ। ମାତ୍ର ଆମେ ଆଜି ଏପରି ଜଣଙ୍କ ବିଷୟରେ କହିବୁ, ଯିଏକି ପ୍ରସବ ଯନ୍ତ୍ରଣା ସମୟ‌ରେ ବି ହସ୍ପିଟାଲ୍‌ ନ ଯାଇ ଏକ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ।

Advertisment

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ କରିଛି ଯେ, 'ହନି' ଏବଂ 'ହେୟାରସ୍ପ୍ରେ’ ପାଇଁ ଜଣାଶୁଣା ଅଭିନେତ୍ରୀ ସାରା ଫ୍ରାନ୍ସିସ୍ ଜୋନ୍ସ କିପରି ନିଜର ପ୍ରସବ ଯନ୍ତ୍ରଣାକୁ ବେଖାତିର କରି ସ୍ବାମୀଙ୍କ ସହ ମସ୍ତି କରୁଥିଲେ। ଜାଣିବାକୁ ମିଳିଛି ଯେ ଯନ୍ତ୍ରଣା ଆରମ୍ଭ ହେଲା ବେଳକୁ ଅଭିନେତ୍ରୀ ଏକ କନ୍‌ସର୍ଟରେ ଥିଲେ। ତାଙ୍କୁ ଯନ୍ତ୍ରଣା ହୋଇଥିଲା, ମାତ୍ର ତାହାକୁ ‘ଫଲ୍‌ସ ପେନ୍‌’ ବୋଲି ଭାବି ସେ ଅଣଦେଖା କରି କନ୍‌ସର୍ଟକୁ ଉପଭୋଗ କରୁଥିଲେ। କାରଣ ସାରା ଫ୍ରାନ୍ସିସଙ୍କୁ ଡାକ୍ତର ପ୍ରସବ ପାଇଁ ଯେଉଁ ତାରିଖ ଦେଇଥିଲେ ତାହାକୁ ଆହୁରି ଅନେକ ଦିନ ବାକି ଥିଲା।

ଅଭିନେତ୍ରୀ ସାରା ଏବଂ ତାଙ୍କ ସ୍ୱାମୀ ମାର୍ସେଲ ସ୍ପାୟର୍ସ ଏହି ସୋ’କୁ ଛାଡ଼ି ଯିବାକୁ ଚାହୁଁନଥିଲେ। ତେଣୁ ସେମାନେ ବାକି କନ୍ସର୍ଟ ଦେଖିବାକୁ ସ୍ଥିର କଲେ। ଅବଶ୍ୟ, ସେମାନେ ସୋ’ରୁ ବାହାରିବା ପରେ ହିଁ ଜାଣିଗଲେ ଯେ ପ୍ରକୃତରେ ଅନ୍ୟ କିଛି ନୁହେଁ, ସାରାଙ୍କର ପ୍ରସବ ବେଦନା ହେଉଛି ବୋଲି। ତାପରେ ସେମାନେ ହସ୍ପିଟାଲ୍‌ ଯିବା ପରେ ଅଭିନେତ୍ରୀ ନିଜ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏକ ଭିଡିଓରେ ଅଭିନେତ୍ରୀ ଜୋନ୍ସ ଗର୍ଭବତୀ ଥିବା ସହ କନ୍ସର୍ଟକୁ ଉପଭୋଗ କରୁଥିବା ଏବଂ ପରେ ତାଙ୍କ ଶିଶୁକୁ ଜନ୍ମ ଦେଇଥିବା ଦେଖିବାକୁ ମିଳିଛି। ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, "ଆମେ ଭାବୁଥିଲୁ ଏହା କେବଳ ‘ବ୍ରାକ୍ସଟନ୍ ହିକ୍ସ କିମ୍ବା ଗ୍ୟାସ୍’ ବୋଲି’’।