ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅନ୍ତସତ୍ତ୍ବା ଭାରତୀ

ନୂଆଦିଲ୍ଲୀ: କମେଡି କୁଇନ ଭାରତୀ ସିଂହ ଅନ୍ତସତ୍ତ୍ବା ଅଛନ୍ତି। ସେ ଦେଶର ପ୍ରଥମ ଅନ୍ତସତ୍ତ୍ବା ଉପସ୍ଥାପିକା, ଯିଏକି ଏଭଳି ସମୟରେ ତାଙ୍କ ସ୍ବାମୀ ହର୍ଷଙ୍କ ସହ ମିଶି ରିୟଲିଟି ସୋ’ ହୁନରବାଜର ଉପସ୍ଥାପନା କରୁଛନ୍ତି। ଅନ୍ତସତ୍ତ୍ବା ମସୟରେ ସେ ଜୋରସୋରରେ କାମ କରୁଛନ୍ତି। ନିକଟରେ ଭାରତୀ ସେଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

ଭାରତୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ କହୁଛନ୍ତି କି ତାଙ୍କୁ ହର୍ଷ ଗାଳି ଦେଇଛନ୍ତି। କାରଣ ସେ ସେଟରେ ପଡୁପଡ଼ୁ ଅଳ୍ପକେ ବଞ୍ଚି ଯାଇଛନ୍ତି।

ତେଣୁ ଏଭଳି ଖାମଖିଆଲି ମନଭାବ ହେତୁ ହର୍ଷ ଭାରତୀଙ୍କୁ ଗାଳି ଦେଉଥିବା ବି ଭିଡିଓରେ ବି ଶୁଣିବାକୁ ମିଳୁଛି।

ଏଭଳି ଘଟଣା ଶୁଣି  ଭାରତୀଙ୍କୁ ତାଙ୍କ ପ୍ରଶଂସକମାନେ ଯତ୍ନ ନେବାକୁ କହିଛନ୍ତି। ଏହି ଘଟଣାକୁ ନେଇ ଭାରତୀ କହନ୍ତି, ତାଙ୍କ ପରିବାର ଲୋକ ଏଭଳି ଅବସ୍ଥାରେ କାମ କରିବାକୁ ବାରଣ କରୁଛନ୍ତି। କିନ୍ତୁ ସେ ଏହାର ବିରୋଧୀ। ଭାରତୀ ଡେଲିଭରି ଡେଟ ଯାଏଁ କାମ କରିବାକୁ ଚାହାଁନ୍ତି। ଯେଉଁମାନେ କହନ୍ତି ଅନ୍ତସତ୍ତ୍ବା ହେଲେ ମହିଳାମାନଙ୍କୁ ଘରେ ରହିବାକୁ ହୁଏ, କାମ ନକରି ଶୋଇ ରହିବାକୁ ହୁଏ ସେମାନଙ୍କୁ ଆଦୌ ସମର୍ଥନ କରନ୍ତି ନାହିଁ ଭାରତୀ।

ସମ୍ବନ୍ଧିତ ଖବର