ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଶ୍ବଶୁରଙ୍କ ନିକଟରେ ପରଲୋକ ହୋଇଛି। ଶ୍ବଶୁର ଜନ ସ୍ବିଣ୍ଡଲେଙ୍କ ମୃତ୍ୟୁ ପରେ ପ୍ରୀତି ଭାଙ୍ଗି ପଡ଼ିଛନ୍ତି। ସେ ଏହି ଦୁଃଖଦ ଖବରର ସୂଚନା ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଦେଇଛନ୍ତି।
ଶ୍ବଶୁରଙ୍କ ମୃତ୍ୟୁ ପରେ ପ୍ରୀତି ଏକ ଭାବବିହ୍ବଳ ପୋଷ୍ଟ କରି ଲେଖିଛନ୍ତି, ‘ ବାପା ଏହା କ’ଣ ଠିକ ହେଲା। ଆପଣଙ୍କୁ କ’ଣ ଏମିତି ଯିବାର ଥିଲା। ଏବେ ମୁଁ କାହା ପାଇଁ ରୋଷେଇ କରିବି। କାହା ସହିତ ମୋର କଥା ଆଲୋଚନା କରିବି। ମୋର ପ୍ରତିଟି କଥାକୁ ଆପଣଙ୍କ ସହିତ ସେୟାର କରିବାକୁ ଭଲ ଲାଗିଥାଏ।
ଆପଣଙ୍କ ଛଡ଼ା ମୋ ଜୀବନରେ ଆଉ ସେମିତି କେହି ମଣିଷ ନାହାନ୍ତି ଯାହା ସହ ମୁଁ କୌଣସି ବିଷୟରେ ଆଲୋଚନା କରିପାରିବି। ମୁଁ ଆପଣଙ୍କ ସହିତ ସୁଟିଂକୁ ଯିବାକୁ ପସନ୍ଦ କରୁଥିଲି। ଆପଣ ଭାରତୀୟ ଖାଦ୍ୟ ଖାଇବାକୁ ବହୁତ ଭଲ ପାଆନ୍ତି। ତାହା ପୁଣି ମୋ ହାତରୁ। ଏବେ ଯେତେବେଳେ ଆପଣଙ୍କ ପସନ୍ଦର କୌଣସି ଖାଦ୍ୟ ତିଆରି କରିବି ବହୁତ ମନେ ପଡ଼ିବେ ଆପଣ। ମୋ ପରିବାରକୁ ଆପଣ ବହୁତ ଭଲ ପାଆନ୍ତି। ଆପଣ ଏମିତି ଆମ ସମସ୍ତଙ୍କୁ ଛାଡ଼ି ଚାଲିଯିବା ପରେ ଆମେ ଭାଙ୍ଗି ପଡ଼ିଛୁ। ଏହା ସତ ଯେ ଆପଣ ଆଉ ଆମ ଗହଣରେ ନାହାନ୍ତି, କିନ୍ତୁ ମନକୁ ତାହା ବୁଝାଇ ହେଉନାହିଁ।’
ପ୍ରୀତିଙ୍କ ସିନେମା ଦୁନିଆ କଥା କହିବାକୁ ଗଲେ, ସେ ଅନେକ ହିଟ ସିନେମାରେ ନଜର ଆସିଥିବା ବେଳେ କିଛିବର୍ଷ ହେବ ଅଭିନୟ ଦୁନିଆରୁ ଦୂରେଇ ଯାଇଛନ୍ତି। କିନ୍ତୁ ବିଭିନ୍ନ ପାର୍ଟ ଫଙ୍କସନରେ ନଜର ଆସୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Priti-Zinta-Says-For-Whom-I-Will-Coock_Thumbnail.jpg)