ଲସ୍ ଆଞ୍ଜେଲ୍ସରେ ପୁଣି ଲକ୍ଡାଉନ୍ ଆରମ୍ଭ ହୋଇଯାଇଥିବା ବେଳେ ପ୍ରୀତି ଜିଣ୍ଟା ଏବେ ସ୍ବାମୀଙ୍କ ସହ ସେଠାରେ ରହୁଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଘରେ ବୋର୍ ନହୋଇ ଚାଷ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ସେୟାର୍ କରିଛନ୍ତି। ସେ ଲେଖିଛନ୍ତି, ମୁଁ ପୁଣି ବଗିଚାକୁ ଫେରିଲି। ଲେମ୍ବୁ ଗଛ ଲଗାଉଥିବା ବେଳେ ଏହା ତାଙ୍କୁ ସକାରାତ୍ମକ ମନୋଭାବ ନେଇ ଜିଇଁବାରେ ସହାୟକ ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେ ଏକଥା ବି ଲେଖିଛନ୍ତି ଯେ ଏହି ଭିଡିଓ ଦେଖିବା ପରେ ମୋ ମା’ ମୋତେ ନେଇ ଗର୍ବ କରିବେ। ଗତ ମାସରେ ପ୍ରୀତି କରବାଚୌଥ୍ ପାଳନ କରିଥିଲେ। ପ୍ରୀତି ୧୯୯୮ରେ ଅଭିନୟ ଆରମ୍ଭ କରିଥିଲେ। ବହୁ ସୁପରହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରୀତିଙ୍କୁ ଶେଷଥର ପାଇଁ ୨୦୧୮ମସିହାରେ ‘ଭୈୟା ଜି’ରେ ଦେଖିବାକୁ ମିଳିଥିଲା।
ଚାଷ କରୁଛନ୍ତି ପ୍ରୀତି ଜିଣ୍ଟା
/sambad/media/post_attachments/wp-content/uploads/2020/12/preity-zinta-1596156436.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)