ବଡ଼ ପରଦାକୁ ‌ଫେରୁଛନ୍ତି ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ସୋସିଆଲ ମିଡିଆରେ ବେଶ ସକ୍ରିୟ ରହିଥାଆନ୍ତି। ନିକଟରେ ସେ ସରୋଗେସି ସାହାଯ୍ୟରେ ଯାଆଁଳା ପିଲାର ମା’ ହୋଇଛନ୍ତି।

ଅଭିନେତ୍ରୀ ପ୍ରୀତି ଜିଣ୍ଟା ଦୀର୍ଘ ଦିନ ଧରି ବଡ଼ପରଦାରୁ ଦୂରରେ ରହିଛନ୍ତି। ଆଜିବି ଲୋକେ ତାଙ୍କୁ ବଡ଼ପରଦାରେ ଦେଖିବାକୁ ପସନ୍ଦ କରିଥାଆନ୍ତି। ପ୍ରାୟ ୪ ବର୍ଷ ପରେ ପ୍ରୀତି ଜିଣ୍ଟା ପୁଣି ଥରେ ବଡ ପରଦାକୁ ଫେରୁଛନ୍ତି। ଯାହାକି ତାଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ରହିଛି। ସେ ନିର୍ଦ୍ଦେଶକ ଦାନିଶ ରେଞ୍ଜୁଙ୍କ କାଶ୍ମୀର ଉପରେ ଆଧାରିତ ଅନଟାଇଟେଲଡ ସିନେମା ସହିତ ବଲିଉଡକୁ ଫେରୁଛନ୍ତି।

 

ଦାନିଶ ରେଞ୍ଜୁଙ୍କ ଅନଟାଇଟେଲଡ ଫିଲ୍ମରେ ପ୍ରୀତି ଜିଣ୍ଟା ଜଣେ ସାହସୀ କାଶ୍ମୀରୀ ମା’ ଭୂମିକାରେ ଅଭିନୟ କରିବେ। କିନ୍ତୁ ଏନେଇ କୌଣସି ଅଫିସିଆଲ୍ ଭାବେ ସ୍ପଷ୍ଟ କରାଯାଇ ନାହିଁ।

ସମ୍ବନ୍ଧିତ ଖବର