ଧୋନୀଙ୍କ ଝିଅକୁ ଅପହରଣ କରିବାକୁ ଚାହୁଁଛନ୍ତି ଏହି ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ : ଚେନ୍ନାଇ ସୁପରକିଙ୍ଗ୍‌ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ତାଙ୍କ ଝିଅକୁ ନେଇ ବଲିଉଡ୍‌ ଅଭିନେତ୍ରୀ ତଥା କିଙ୍ଗ୍‌ସ ଇଲେଭେନ ପଞ୍ଜାବର ମାଲିକାଣି ପ୍ରୀତି ଜିଣ୍ଟା ଏକ ଅଜବ ପୋଷ୍ଟ କରିଥିବା ଦେଖା ଯାଇଛି । ନିଜ ପୋଷ୍ଟରେ ସେ ଧୋନୀଙ୍କ ଝିଅ ଜିବାକୁ ଅପହରଣ କରିବା କଥା କହିଛନ୍ତି ।

ସୂଚନା ମୁତାବକ, ପ୍ରୀତି ନିଜ ଇନ୍‌ଷ୍ଟାରେ ଏକ ଫଟୋ ପୋଷ୍ଟ କରିଥିଲେ । ଫଟୋରେ ସେ ଧୋନୀଙ୍କ ସହ କିଛି କଥା ହେଉଥିବାର ଦେଖା ଯାଇଥିବା ବେଳେ କ୍ୟାପ୍‌ସନରେ ଲେଖିଛନ୍ତି କ୍ୟାପ୍‌ଟେନ୍‌ କୁଲ୍‌ଙ୍କର ଅନେକ ପ୍ରଶଂସକ ରହିଛନ୍ତି, ଯେଉଁଥିରେ ମୋର ମଧ୍ୟ ନାମ ରହିଛି । କିନ୍ତୁ ମୁଁ ଏବେ ଧୋନୀଙ୍କଠାରୁ ଅଧିକ ତାଙ୍କ ଝିଅର ପ୍ରଶଂସକ ହୋଇ ଯାଇଛି । ଧୋନିଙ୍କୁ ସତର୍କ ରହିବାକୁ କହୁଛି, କାରଣ  ମୁଁ ଜିବାକୁ ଅପହରଣ କରି ନେଇପାରେ। ତେବେ ତାଙ୍କର ଏହି ପୋଷ୍ଟ ଭାଇରାଲ ହେବା ପରେ ପ୍ରୀତିଙ୍କ ଏହି ଅଜବ ଇଚ୍ଛାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସମ୍ବନ୍ଧିତ ଖବର