ଏଥର ପୂଜାରେ ପ୍ରେମଆନନ୍ଦ-ସୁବ୍ରତ ଯୋଡ଼ି ଜମିଛି

ଏଥର ପୂଜାରେ ଜମିଛି ପ୍ରେମଆନନ୍ଦ-ସୁବ୍ରତ ଯୋଡ଼ି। କାବୁଲା ବାରବୁଲା କୁହନ୍ତୁ କି ବଜରଙ୍ଗୀ ଅଥବା ଶିବା ନଟ୍ ଆଉଟ୍, ଏଥର ଦୁର୍ଗାପୂଜାରେ ପ୍ରେମଆନନ୍ଦଙ୍କ ସଂଗୀତ ନିର୍ଦେଶନାରେ ରିଲିଜ୍ ହୋଇଥିବା ସବୁ ସିନେମାରେ ରହିଛି ଗୀତିକାର ସୁବ୍ରତ ସ୍ୱାଇଁଙ୍କ ଗୀତ । କାବୁଲା ବାରବୁଲା ସିନେମାରେ ସୁବ୍ରତ ସ୍ୱାଇଁଙ୍କ ଗୀତ ରହିଛି ଜାଲିମା ଓ ଜାଲିମା.. ଏବଂ ସୋନୁ..ମୋ ଉପରେ ଭରସା ନାହିଁ କି । ଶିବା ନଟ ଆଉଟ ସିନେମାରେ ସୁକ୍ରିୟା.., ଶାଲା, ମୁଁ ପ୍ୟାରବାଲା, ଭାଇ ଆମେ ଜନମରୁ ରଡ ନିଆଁ ଏବଂ ଟାଇଟେଲ ଟ୍ରାକ ଶିବା ନଟ ଆଉଟ୍… । ସେହିପରି ବଜରଙ୍ଗୀ ସିନେମାରେ ସୁବ୍ରତଙ୍କ ଗୀତ ହେଉଛି ହାଏ ତୋ ପ୍ରେମ…ମାରିଦେଲାରେ.. ଏବଂ ଓ ସନମ.. । ସୁବ୍ରତ ସ୍ୱାଇଁଙ୍କ ଗୀତ ରହିଛି “ ଜାଲିମା ଓ ଜାଲିମା” ଏବଂ “ସୋନୁ..ମୋ ଉପରେ ଭରସା ନାହିଁ କି” ଗୀତଟି ମାଲେସିଆରେ ସୁଟିଂ ହୋଇଥିବା ବେଳେ ସୋସିଆଲ ମିଡ଼ିଆରେ ଏହା ଭାଇରାଲ ହୋଇଛି ।

ଏ ସଂପର୍କରେ ସୁବ୍ରତ କୁହନ୍ତି, ପ୍ରଥମ ଥର ପାଇଁ ଦଶହରାକୁ ପ୍ରସ୍ତୁତି ହେଉଥିବା ତିନୋଟି ସିନେମାରେ ଗୀତ ଲେଖିବାକୁ ସୁଯୋଗ ପାଇଛି । ତେବେ ପ୍ରସିଦ୍ଧ ସଂଗୀତ ନିଦେ୍ର୍ଦଶକ ପ୍ରେମ୍ ଆନନ୍ଦଙ୍କ ସହଯୋଗ ନ ଥିଲେ ତାହା ସମ୍ଭବ ହୋଇ ନ ଥାନ୍ତା।

ସମ୍ବନ୍ଧିତ ଖବର