ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ ‘ବିଜୁ ବାବୁ’ର ଗୀତ ରେକର୍ଡିଂ କଲେ

0

ଭୁବନେଶ୍ବର : ନିଜ ଜନ୍ମଦିନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଶା ସ˚ଗୀତ ଜଗତର ସେନସେସନ ପ୍ରେମ୍ ଆନନ୍ଦ । ଆଜି ପ୍ରେମ୍ ଆନନ୍ଦଙ୍କ ଜନ୍ମଦିନ ଓ ଏହି ଅବସରରେ ସେ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଉପରେ ଆଧାରିତ ବହୁଚର୍ଚ୍ଚିତ ସିନେମା ‘ବିଜୁ ବାବୁ’ର ଗୀତ ରେକର୍ଡିଂ କରୁଛନ୍ତି। ଏହି ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶନା ପ୍ରେମ୍ ଆନନ୍ଦ ଦେଉଥିବା ବେଳେ ଗୀତ ରଚନା କରିଛନ୍ତି ସୁବ୍ରତ ସ୍ବାଇଁ।

ଖାଲି ‘ବିଜୁ ବାବୁ’ ନୁହେଁ,  ୬୦ରୁ ଅଧକ ଲୋକପ୍ରିୟ ସିନେମାରେ ସ˚ଗୀତ ନିର୍ଦ୍ଦେଶନା ଦେଇ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରେମ୍ ଆନନ୍ଦ ଓଡ଼ିଆ ସିନେମା ବ୍ୟତୀତ ମରାଠି ସିନେମା ‘ସର୍ଟ କର୍ଟ’, ହିନ୍ଦୀ ସିନେମା ‘ପ୍ଲାନ ବି’ ଭଳି ନାମୀଦାମୀ ସିନେମାରେ ସ˚ଗୀତ ନିର୍ଦ୍ଦେଶନା ଦେଇ ଜାତୀୟ ସ୍ତରରେ ବି ଚର୍ଚ୍ଚିତ ହୋଇଛନ୍ତି ।

ପୂର୍ବରୁ ତାଙ୍କର ଅଗସ୍ତ୍ୟ, ଅଭୟ, ବେବି, ଇସ୍କ ପୁଣି ଥରେ, କାବୁଲା ବାବୁଲା, ଅଜବ ସଞ୍ଜୁର ଗଜବ ଲଭ, ଲଭ୍ ପ୍ରମିଜ୍, ଗପ ହେଲେବି ସତ, ଗୋଟେ ଶୁଆ ଗୋଟେ ଶାରୀ, ତୁ ମୋ ଲଭ୍ ଷ୍ଟୋରି ଭଳି ୬୦ଟି ସିନେମାର ସ˚ଗୀତ ସୁପର ଡୁପର ହିଟ୍ ସାବ୍ୟସ୍ତ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.