ଜୀଷ୍ଟୁଡିଓଜ୍ ସହଯୋଗରେ ଓଲିଉଡ୍ର ଆଗଧାଡ଼ିର ପ୍ରଯୋଜକ କୁମାର ପ୍ରୀତମ୍ ସାହୁ ଓଡ଼ିଶାର ପ୍ରଥମ ପାନ୍ ଇଣ୍ଡିଆନ୍ ସିନେମା ନିର୍ମାଣ କରୁଛନ୍ତି। ଏହାର ଟାଇଟଲ୍ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ଆପାତତଃ ‘ରାମରାଜ୍ୟ’ ରଖାଯିବା ନେଇ ସୂଚନା ରହିଛି। ୨୦୨୩ରେ ମୁକ୍ତିଲାଭ କରିଥିବା ‘କଟକ- ଶେଷରୁ ଆରମ୍ଭ’ର ଏହା ସିକ୍ବେଲ୍ ବୋଲି କୁହାଯାଉଛି। ସବୁଠାରୁ ବଡ଼ କଥା ହେଲା, ଏଥିରେ ନାୟକ ଭୂମିକାରେ ନଜର ଆସିବେ ବଲିଉଡ୍ ଅଭିନେତା ପ୍ରେମ୍ ପରିଜା।
ଭୁବନେଶ୍ବରର ମୂଳବାସିନ୍ଦା ପ୍ରେମ୍ ମୁଖ୍ୟତଃ ବଲିଉଡ୍ରେ କାମ କରୁଛନ୍ତି। ସେ ‘ୱେଲ୍କମ୍ ଟୁ କରାଚୀ-୨’, ‘ହମାରୀ ଅଧୂରୀ କହାନୀ’, ‘ଲକ୍ଷ୍ମୌ ସେଣ୍ଟ୍ରାଲ୍’, ‘ବାଜାର୍’, ‘ସତ୍ୟମେବ ଜୟତେ-୨’ ଆଦି ହିନ୍ଦୀ ସିନେମା/ ହିନ୍ଦୀ ୱେବ୍ ସିରିଜ୍ରେ ସହକାରୀ ନିର୍ଦ୍ଦେଶକ ଓ ‘ବାଟ୍ଲା ହାଉସ୍’ ଏବଂ ‘ସତ୍ୟମେବ ଜୟତେ’ରେ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ୨୦୨୩ରେ ପ୍ରେମ୍ ପ୍ରଖ୍ୟାତ ନିର୍ଦ୍ଦେଶକ ବିପୁଲ୍ ଅମ୍ରିତ୍ଲାଲ୍ ଶାହଙ୍କ ହିନ୍ଦୀ ୱେବ୍ ସିରିଜ୍ ‘କମାଣ୍ଡୋ’ରେ ଅନ୍ୟତମ ନାୟକ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ।
ଜଣାଶୁଣା ନାୟିକା ଅଦା ଶର୍ମାଙ୍କ ବିପକ୍ଷରେ ସେ ଅଭିନୟ କରିଥିଲେ। ଏଥିରେ ତାଙ୍କର ଆକ୍ସନ୍ ସିନ୍ ଦର୍ଶକଙ୍କୁ ପସନ୍ଦ ଆସିଥିଲା। ଆକ୍ସନ୍ ହିରୋମାନଙ୍କୁ ପସନ୍ଦ କରୁଥିବା ପ୍ରେମ୍ଙ୍କୁ ଓଡ଼ିଆ ଓ ହିନ୍ଦୀରେ ନିର୍ମିତ ହେଉଥିବା ‘ରାମରାଜ୍ୟ’ରେ ପୁଣି ଥରେ ଜବରଦସ୍ତ ଆକ୍ସନ୍ ରୋଲ୍ରେ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସୁଧାଂଶୁମୋହନ ସାହୁ। କୁମାର ପ୍ରୀତମ୍ ସାହୁ ଏହାର କାହାଣୀ ଲେଖିଥିବା ବେଳେ ଦିଲୀପ ଚୌଧୁରୀ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ଅସଦ୍ ନିଜାମ୍ ଏହାର ସଂଗୀତ ଦାୟିତ୍ବ ତୁଲାଇଥିବା ବେଳେ ରୁଦ୍ରକାନ୍ତ ସିଂହ ସିନେମାଟୋଗ୍ରାଫି କରୁଛନ୍ତି। ଜୁଲାଇ ୨୯ରୁ ଏହାର ସୁଟିଂ ଆରମ୍ଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/27/fhfshsfhsh-2025-07-27-03-14-31.jpg)