ପ୍ରେମ ଲଗାନା

ପୂର୍ବରୁ କ୍ରିଷ୍ଣା ଗୋବିନ୍ଦା, ହତ୍ୟା, ସମ୍ରାଟ ଏବଂ ମ୍ୟୁଜିକ ଭିଡିଓ ‘ତୁ ମୋର ଦିଲ ତୁ ମୋର ଜାନ’ ଆଦିରେ ନାୟକ ସାଜିଥିବା ଅର୍ପଣ ମହାନ୍ତି ଏବେ ‘ପ୍ରେମ ଲଗାନା’ ମ୍ୟୁଜିକ୍ ଆଲବମ୍‌ରେ ଅଭିନୟ କରିଛନ୍ତି। ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ସୁମନ। ସୁମନ ପୂର୍ବରୁ ‘ତାରିଣୀ ଆଖିରେ ତାରା’ ଧାରାବାହିକରେ ଅଭିନୟ କରିଥିଲେ। ଏସ୍‌ବିଏଫ୍ ବ୍ୟାନର୍‌ ନିବେଦିତ ମ୍ୟୁଜିକ୍ ଆଲବମ୍‌ର ପ୍ରଯୋଜନା କରିଛନ୍ତି ହେମନ୍ତ ପଟ୍ଟନାୟକ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ସରୋଜ ବାରିକ। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆସାଦ ନିଜାମ ଏବଂ କଣ୍ଠଦାନ କରିଛନ୍ତି କୁଲଦୀପ। ଉକ୍ତ ଗୀତଦୃଶ୍ୟର ନାୟିକା ସାଜିଥିବା ସୁମନ ପୂର୍ବରୁ ‘ତାରିଣୀ ଆଖିରେ ତାରା’ ଧାରାବାହିକରେ ଅଭିନୟ କରିଛନ୍ତି। ଏହି ଗୀତଦୃଶ୍ୟରେ ଟେଲି ଧାରାବାହିକ ଜଗତର ପରିଚିତ ଚେହେରା ବାପି ରାୟଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର