ଆସୁଛି ‘ବାହୁବଲୀ’ର ପ୍ରିକ୍ୱେଲ୍‌

ବ୍ଲକବଷ୍ଟର ମୁଭି ‘ବାହୁବଲୀ’ର ପ୍ରିକ୍ୱେଲ ଏବେ ନିର୍ମିତ ହେବାକୁ ଯାଉଛି। ଅବଶ୍ୟ ଏହା ବଡ଼ ପରଦାରେ ପ୍ରଦର୍ଶିତ ହେବ ନାହିଁ ବୋଲି ଜଣାଯାଇଛି। ‘ବାହୁବଲୀ’ରେ ପ୍ରଭାସ, ରମ୍ୟା, ତମନ୍ନା, ଅନୁଷ୍କା ସେଟ୍ଟୀ ଓ ରାଣା ଦାଗୁବତୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଏହାର ପ୍ରଥମ ସିନେମା ଓ ସିକ୍ୱେଲ୍‌ ଦୁଇଟିଯାକ ବ୍ଲକବଷ୍ଟର ହୋଇଥିଲା। ଏବେ ଯେଉଁ ପ୍ରିକ୍ୱେଲ୍‌ ନିର୍ମିତ ହେଉଛି, ତାହାର କାହାଣୀରେ ଶିବଗାମୀଙ୍କ ଯାତ୍ରା ପ୍ରଦର୍ଶିତ ହେବ। ନେଟ୍‌ଫ୍ଲିକ୍‌ସ ପକ୍ଷରୁ ଏହି ସିରିଜ୍‌ର ଘୋଷଣା କରାଯାଇଛି।

ନେଟଫ୍ଲିକ୍‌ସ ପ୍ରଥମରୁ ହିଁ ଏହାର ଦୁଇଟି ସିରିଜ୍‌ ନିର୍ମାଣ କରୁଛନ୍ତି। ଏହାର ଟାଇଟଲ୍‌ ରଖାଯାଇଛି ‘ବାହୁବଲୀ ବିଫୋର୍‌ ଦ ବିଗିନିଂଗ୍‌’। ଏହାର କଥାବସ୍ତୁ ଆନନ୍ଦ ନୀଲକାନ୍ତନଙ୍କ ରଚିତ ପୁସ୍ତକ ‘ଦ ରାଇଜ୍‌ ଅଫ୍‌ ଶିବଗାମୀ’ ଉପରେ ଆଧାରିତ।

‘ବାହୁବଲୀ’ର ଏହି ପ୍ରିକ୍ୱେଲର ପ୍ରତ୍ୟେକ ସଂସ୍କରଣରେ ନଅଟି ଏପିସୋଡ୍‌ ରହିବ। ଏଥିରେ ବିଦ୍ରୋହୀ ଓ ପ୍ରତିଶୋଧପରାୟଣ ଯୁବତୀ ଠାରୁ ଶିବଗାମୀଙ୍କ ଜୀବନୀ ଆରମ୍ଭ ହେବ ଓ ସେ କିପରି ଜଣେ ବୁଦ୍ଧିମତୀ ତଥା ଅଦ୍ୱିତୀୟ ରାଣୀ ହେବାରେ ସଫଳ ହେଉଛନ୍ତି ତାହା ଦେଖିବାକୁ ମିଳିବ। ଦେବକଟ୍ଟା ଓ ପ୍ରବୀଣ ସତାରୁ ଏହି ସିରିଜ୍‌ର ନିର୍ଦ୍ଦେଶନା ଦେବେ। ଏହାର ପ୍ରଯୋଜନା ଏସ୍‌ ଏସ୍‌ ରାଜାମୌଲୀଙ୍କ ସହିତ ମିଶି ଆର୍କା ମିଡିଆ କରୁଛନ୍ତି।

ସମ୍ବନ୍ଧିତ ଖବର