ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୃଦୟ ଜିତିଲା ଗୁଲ ପନାଗଙ୍କ ପୁଅ, ଭିଡିଓ ସେୟାର କରି ମୋଦୀ ଲେଖିଲେ ଏଭଳି କଥା

ମୁମ୍ବାଇ : ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀ କେତେ ସକ୍ରିୟ ତାହା ସମସ୍ତଙ୍କୁ ଜଣା । ଅନେକ ସମୟରେ ସେ ନିଜ ସମର୍ଥକମାନଙ୍କ ସମସ୍ୟା ବୁଝିବା ସହ ନିଜ ପାଇଁ ସେୟାର କରାଯାଇଥିବା ଭିଡିଓରେ ପ୍ରତିକ୍ରିୟା ଦେଇଥାନ୍ତି । ଏବେ ସେ ସେଭଳି କିଛି କରିଛନ୍ତି । ଅଭିନେତ୍ରୀ ଗୁଲ ପନାଗ ସେୟାର କରିଥିବା ଭିଡିଓକୁ ପସନ୍ଦ କରିବା ସହ ରି-ଟୁଇଟ୍‌ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ସୂଚନା ମୁତାବକ, ଗୁଲ ପନାଗ ନିଜର ଏବଂ ନିଜ ପୁଅର ଏକ ଭିଡିଓ ଟୁଇଟ୍‌ରରେ ସେୟାର କରିଥିଲେ । ଭିଡିଓରେ ଗୁଲ ପନାଗ ମୋଦୀଙ୍କ କଭର ଫଟୋ ଥିବା ଏକ ପତ୍ରିକା ନିଜ ପୁଅକୁ ଦେଖାଇ ପଚାରୁଛନ୍ତି କି, ଫଟୋରେ ଏ କିଏ? ପ୍ରଶ୍ନ ଶୁଣି ଗୁଲ ପନାଗଙ୍କ ପୁଅ କହୁଛନ୍ତି ମୋଦୀଜୀ ମୋଦୀଜୀ । ସେହି ଭିଡିଓ ସେୟାର କରି ଗୁଲ ପନାଗ ଲେଖିଥିଲେ କି, ଏବେ ମୋ ପୁଅ ମୋଦୀଜୀଙ୍କୁ ପତ୍ରିକା ଓ ଖବରକାଗଜରେ ଦେଖି ଚିହ୍ନି ପାରୁଛି ।

ଗୁଲ ପନାଗଙ୍କ ଏହି ଭିଡିଓକୁ ରି-ଟୁଇଟ୍‌ କରି ମୋଦୀଜୀ ଲେଖିଥିଲେ, ବହୁତ ସୁନ୍ଦର, ଛୋଟ ନିହାଲକୁ ମୋର ଆର୍ଶୀବାଦ ନିଶ୍ଚିତ ଦେବ । ଯେଉଁ କ୍ଷେତ୍ରକୁ ସେ ଯିବାକୁ ଚାହୁଁଛନ୍ତି, ସେଥିପାଇଁ ତାଙ୍କୁ ଅନେକ ଶୁଭକାମନା । ଆପଣଙ୍କ ମଧ୍ୟରେ ତାଙ୍କୁ ଏକ ଛୋଟ ଗୁରୁ ଓ ମାଗଦର୍ଶକ ନିଶ୍ଚିତ ମିଳିବ ।

ସମ୍ବନ୍ଧିତ ଖବର