ପ୍ରିନ୍ସ ହ୍ୟାରି ଓ ମେଗନ ମର୍କେଲ୍‌ଙ୍କ ସ୍ୱତନ୍ତ୍ର ଉତ୍ସବରେ ବଛା ବଛା ୨୦୦ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଥିଲେ ବଲିଉଡ୍‌ ନାୟିକା ପ୍ରିୟଙ୍କା

ମୁମ୍ବାଇ: ଶନିବାର ବଡ଼ ଧୁମ୍‌ଧାମରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପ୍ରିନ୍ସ ହ୍ୟାରି ଏବଂ ହଲିଉଡ୍‌ ଅଭିନେତ୍ରୀ ମେଗନ ମର୍କେଲ୍‌। ତାଙ୍କ ବିବାହ ଭୋଜିରେ ଉପସ୍ଥିତ ହୋଇଥିଲେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। କେବଳ ଭୋଜି କାହିଁକି ଏହି ଚର୍ଚ୍ଚିତ ଯୋଡ଼ିଙ୍କ ରୟାଲ୍‌ ବିବାହରେ ବି ଯୋଗ ଦେଇଥିଲେ କୃଷ୍ଣ ସୁନ୍ଦରୀ ପ୍ରିୟଙ୍କା। ଏହି ସ୍ୱତନ୍ତ୍ର ଉତ୍ସବକୁ ମାତ୍ର ବଛା ବଛା ୨୦୦ ଜଣ ଅତିଥି ନିମନ୍ତ୍ରିତ ହୋଇଥିଲେ, ୈସମାନଙ୍କ ମଧ୍ୟରେ ଥିଲେ ବଲିଉଡ୍‌ ବିୟୁଟି ପ୍ରିୟଙ୍କା। ମେଘନାଙ୍କର ପ୍ରୟଙ୍କା ଖୁବ୍‌ ଭଲ ବନ୍ଧୁ ବୋଲି ଜାଣିବାକୁ ମିଳିଛି।

 

ବିବାହ ଭୋଜି ଆୟୋଜନ କରିଥିଲେ ହ୍ୟାରିଙ୍କ ବାପା। ପ୍ରିୟଙ୍କାଙ୍କ ବ୍ୟତୀତ ଏହି ଉତ୍ସବକୁ ନିମନ୍ତ୍ରିତ ହୋଇଥିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏଲ୍‌ଟନ୍‌ ଜନ୍‌ ଏବଂ ଟେନିସ୍‌ ଖେଳାଳୀ ସେର୍‌ନା ଉଇଲିୟମ୍‌ସ। ପ୍ରିୟଙ୍କା ପ୍ରିନ୍ସ ହ୍ୟାରି ଏବଂ ମେଗନ ମର୍କେଲଙ୍କର ଏକ ଯୁଗଳ ଛବିକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଅପ୍‌ଲୋଡ କରିବା ସହ ଏହି ବିବାହ ଏବ ପରିବର୍ତ୍ତନ ଓ ନୂଆ ଆଶାର ଜନ୍ମଦାୟକ ବୋଲି ଉଲ୍ଲେଖ କରିଛନ୍ତି। ଶେଷରେ ସେ ଲେଖିଛନ୍ତି କି, ତୁମ ଦୁହିଁଙ୍କ ଭଲପାଇବା ମୋ ଆଖିରେ ଲୁହ ଆଣିଦେଲା!

 

ସମ୍ବନ୍ଧିତ ଖବର