ପ୍ରାଇଭେଟ୍‌ ପାର୍ଟିରେ ପରଫରମ୍‌ କରିବାପାଇଁ କେଉଁ ବଲିଉଡ ସେଲିବ୍ରିଟି ନିଅନ୍ତି କେତେ?

ମୁମ୍ବାଇ: ବଲିଉଡ ସେଲିବ୍ରିଟିମାନେ କେବଳ ଫିଲ୍ମରେ କାମ କରି ରୋଜଗାର କରୁନାହାନ୍ତି । ସେମାନେ ପାର୍ଟ-ଟାଇମ୍‌ ବ୍ୟବସାୟ ବି କରୁଛନ୍ତି । ଏହା ସମସ୍ତଙ୍କୁ ଜଣା । ତେବେ ସେମାନେ କର୍ପୋରେଟ୍‌ ପାର୍ଟି, ମ୍ୟାରେଜ୍‌ ରିସେପସନ୍‌ ପାର୍ଟିରେ ବି ପରଫର୍‌ମ କରିବା ପାଇଁ ନେଉଛନ୍ତି କୋଟି କୋଟି ଟଙ୍କା । କେବଳ ପାର୍ଟିରେ ସାମିଲ୍‌ ହେବା ପାଇଁ ଯେତିକି ଟଙ୍କା ଦାବି କରନ୍ତି, ତା’ ଠୁଁ ବେଶି ଟଙ୍କା ନିଅନ୍ତି ପରଫରମାନ୍ସ ପାଇଁ ।

ବଲିଉଡର ବାଦଶାହା ଶାହାରୁଖ୍‌ ଖାନ୍‌ କୌଣସି ପ୍ରାଇଭେଟ୍‌ ପାର୍ଟିରେ କେବଳ ନିଜର ମୁହଁ ଦେଖାଇବା ଲାଗି ୩ ରୁ ୪ କୋଟି ଟଙ୍କା ନେଉଛନ୍ତି । କିନ୍ତୁ ସେଠି ନାଚିବା ପାଇଁ ୭ ରୁ ୮ କୋଟି ଟଙ୍କା ନେଉଥିବା ଜଣାଯାଇଛି । ଠିକ୍‌ ସେହିପରି ବଲିଉଡର ହାର୍ଟଥ୍ରୋବ୍‌ ରିତିକ ରୋଶନ୍‌ କୌଣସି ପାର୍ଟିରେ ପରଫର୍‌ମାନ୍ସ ଦେଲେ ନେଉଛନ୍ତି ୪ ରୁ ୫ କୋଟି ଟଙ୍କା ।
‘ପଦ୍ମାବତ୍‌’ର ସଫଳତା ପରେ ରଣବୀର ସିଂ ନିଜର ଫିସ ବଢାଇ ଦେଇଛନ୍ତି । ସେ କୌଣସି ପାର୍ଟି ବା ଷ୍ଟେଜ୍‌ ସୋ’ ପାଇଁ ନେଉଥିବା ଫିସ୍‌ ଚାରି ଗୁଣା ବଢାଇ ଦେଇଛନ୍ତି । ସେ ପ୍ରାଇଭେଟି ପାର୍ଟିରେ ଡ୍ୟାନ୍ସ କରିବାକୁ ଏବେ ନେଉଛନ୍ତି ୫ କୋଟି ।
ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ପ୍ରାଇଭେଟ୍‌ ପାର୍ଟି ବା ଲେଟ୍‌ ନାଇଟ୍‌ ପାର୍ଟିରେ ଯୋଗ ଦେବା ପାଇଁ ସହଜରେ ରାଜି ହୁଅନ୍ତି ନାହିଁ, ଆଉ ଯଦି ସମ୍ମତି ଦିଅନ୍ତି, ତେବେ ତା’ବାବଦରେ ୨ ରୁ ୩ କୋଟି ଟଙ୍କା ନିଅନ୍ତି ।

photo-ndtv

ବ୍ରିଟିଶ୍‌ ମୂଳର ବଲିଉଡ ନାୟିକା କାଟ୍ରିନା କୈଫ୍‌ ଇଭେଣ୍ଟରେ ନେସନାଲ୍‌ ଇଭେଣ୍ଟସରେ ପରଫରମ୍‌ କରିଥାନ୍ତି । ସେ ବାହାଘର ପାର୍ଟିରେ ଠୁମ୍‌କା ଲଗାଇବା ଲାଗି ଦେଢ କୋଟି ଟଙ୍କା ନେଇଥାନ୍ତି । ପାର୍ଟିରେ କେବଳ ଆପିରାନ୍ସ ଦେବା ଲାଗି ୧ କୋଟି ଟଙ୍କା ଦାବି କରନ୍ତି ।

ସମ୍ବନ୍ଧିତ ଖବର