ପ୍ରିୟା ପ୍ରକାଶଙ୍କ ବଲିଉଡ୍‌ ଡେବ୍ୟୁ ଫିଲ୍ମ ଶ୍ରୀଦେବୀ ବଙ୍ଗ୍‌ଲୋ ଉପରେ ବୋନି କପୁରଙ୍କ ନଜର, ପ୍ରୋଜେକ୍ଟ ବନ୍ଦ କରିବାକୁ ଆରମ୍ଭ କଲେ ପ୍ରସ୍ତୁତି

ମୁମ୍ବାଇ: ମଲାୟାଲମ ଫିଲ୍ମର ଏକ ଗୀତରେ ଆଖି ମାରି ସମସ୍ତଙ୍କ ଉପରେ ଯାଦୁ କରିଥିଲେ ଅଭିନେତ୍ରୀ ପ୍ରିୟା ପ୍ରକାଶ । ତାଙ୍କର ସେହି ୨୬ ସେକେଣ୍ଡର ଭିଡିଓ ତାଙ୍କୁ ଦେଶରେ ଏବଂ ଦେଶ ତଥା ଦେଶ ବାହାରେ ନ୍ୟାସ୍‌ନାଲ କ୍ରସ୍‌ର ନାଁ ନେଇଥିଲା । ଏତେ ଲୋକପ୍ରିୟତା ପରେ ତାଙ୍କୁ ସିମ୍ବା ଫିଲ୍ମ ଅଫର କରାଯାଇଥିବା ଖବର ମିଳିଥିଲା । କିନ୍ତୁ ପରେ ଏହାକୁ ସାରା ହାତେଇ ନେଇଥିଲେ । ଏବେ ସେ ଶ୍ରୀଦେବୀ ବଙ୍ଗ୍‌ଲୋ ନାମକ ଏକ ଫିଲ୍ମରୁ ସେ ବଲିଉଡ୍‌ର ଏଣ୍ଟ୍ରୀ କରିବାକୁ ଯାଉଥିବା ଜଣା ପଡ଼ିଛି । କିନ୍ତୁ ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରଠାରୁ ଫିଲ୍ମକୁ ବିରୋଧ କରିଛନ୍ତି ଦିବଂଗତ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର । ଫିଲ୍ମ ପ୍ରିୟାଙ୍କ ନାଁ ଶ୍ରୀଦେବୀ ହୋଇଥିବା ବେଳେ ସେ କିପରି ନିଶା ନେଇ ଚିନ୍ତାଗ୍ରସ୍ତ ହେବା ସହ ଶେଷରେ ବାଥ୍‌ଟବ୍‌ରେ ପଡ଼ି ମୃତ୍ୟୁବରଣ କରୁଛନ୍ତି, ତାହା ଟ୍ରେଲରେ ଦେଖିବାକୁ ମିଳିଛି ।

IBTimes India

ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କ ମଧ୍ୟ ଏହି ଭଳି ଭାବେ ବାଥ୍‌ଟବ୍‌ରେ ମୃତ୍ୟୁ ହୋଇଥିବା ବେଳେ ଫିଲ୍ମ ଦର୍ଶକଙ୍କୁ ଭୁଲ ସୂଚନା ଦେବ ବୋଲି କହି ବୋନି କପୁର ଫିଲ୍ମକୁ ନେଇ ଆପତ୍ତି କରିଛନ୍ତି । ଏ ନେଇ ସେ ଫିଲ୍ମ ନିର୍ମାତାଙ୍କୁ ଲିଗାଲ ନୋଟିସ୍‌ ପଠାଇଥିବା ଜଣା ପଡ଼ିଛି । ବୋନି କୌଣସି ପ୍ରକାରର ତର୍କ କରିବାକୁ ଚାହୁଁ ନଥିବା ବେଳେ ଏପରି କଲେ ଫିଲ୍ମଟି ଅଧିକ ଚର୍ଚ୍ଚାକୁ ଆସିବ ବୋଲି ସେ କହିଛନ୍ତି । ମିଡିଆରେ କୌଣସି ବିତର୍କ ନ କରି ସେ ଆଇନର ସହାୟତାରେ ଏହି ପ୍ରୋଜେକ୍ଟକୁ ବନ୍ଦ କରିବାକୁ ଚାହୁଁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର