ପୁଣି ଛାଇଲେ ପ୍ରିୟା : ‘ହଓ୍ଵା ହଓ୍ଵା’ ଗୀତରେ ସମସ୍ତଙ୍କ ମନ ଚୋରି କଲେ ପ୍ରିୟା ପ୍ରକାଶ

ନୂଆଦିଲ୍ଲୀ: ରାତା ରାତି ଚର୍ଚ୍ଚାର ଶୀର୍ଷରେ ପହଞ୍ଚିଥିଲେ ଭାଲେଣ୍ଟାଇନ୍‌ ଗର୍ଲ ପ୍ରିୟା ପ୍ରକାଶ । ଫେବ୍ରୁଆରି ପ୍ରେମ ସପ୍ତାହରେ ତାଙ୍କର ୨୬ସେକେଣ୍ଡର ଭିଡ଼ିଓ ଭାଇରାଲ ହେବା ପରେ ସେ ସବୁ ପୁଅମାନଙ୍କର କ୍ରସ ପାଲଟି ଯାଇଥିଲେ । ସେଥିପାଇଁ ତାଙ୍କ ନାମ ନ୍ୟାସ୍‌ନାଲ କ୍ରସ ବୋଲି ମଧ୍ୟ ରଖାଯାଇଥିଲା । ଇତି ମଧ୍ୟରେ ତାଙ୍କର ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇ ସାରିଥିବା ବେଳେ ଏବେ ପୁଣି ଏକ ଭିଡ଼ିଓରେ ତାଙ୍କୁ ଦେଖିବାକୁ ପାଇଛନ୍ତି ଲୋକେ ।
ପୂର୍ବରୁ ସେ ନିଜ ଆଖି ଇସାରାରେ ଲୋକମାନଙ୍କୁ ପାଗଳ କରିଥିବା ବେଳେ ଏବେ ସେ ନିଜ କଣ୍ଠସ୍ୱରରେ ପୁଅମାନଙ୍କୁ ଦିଓ୍ଵାନା ବନାଇଛନ୍ତି । ପୂର୍ବରୁ ତାଙ୍କ ହସକୁ ଦେଖି ଲୋକମାନେ ଦିଓ୍ଵାନା ହୋଇ ଯାଇଥିବା ବେଳେ ଏହି ନୂଆ ଭିଡ଼ିଓ ଆସିବା ପରେ ପୁଣି ଥରେ ଲୋକେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି । ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ପ୍ରିୟାଙ୍କୁ ‘ହଓ୍ଵା ହଓ୍ଵା’ ଗୀତ ଗାଇ ଝୁମୁଥିବାର ଦେଖିବାକୁ ମିଳିଛି । ଏହି ଭିଡ଼ିଓରେ ତାଙ୍କ ସହ ଆହୁରି ଅନେକ ଲୋକ ମଧ୍ୟ ନଜର ଆସିଛନ୍ତି ।

ଅର୍ଜୁନ କପୁରଙ୍କ ଫିଲ୍ମ ମୁବାରକାର ଗୀତରେ ସମସ୍ତେ ଝୁମିବା ସହ ପ୍ରିୟାଙ୍କୁ ମଧ୍ୟ ଏହି ଗୀତ ଗାଉଥିବାର ଦେଖିବାକୁ ମିଳିଛି । ଏହି ଭିଡ଼ିଓରେ ପ୍ରିୟ ଶାଢ଼ି ପିନ୍ଧିଥିବାର ଦେଖିବାକୁ ମିଳିଛି । ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ଓରୁ ଅଦାର ଲଭ୍‌’ ରିଲିଜ ନ ହୋଇ ମଧ୍ୟ ତାଙ୍କୁ ଏତେ ସଫଳତା ମିଳି ସାରିଛି । ତେବେ ତାଙ୍କ ଅଭିନୟ ଜୀବନ କେତେ ଆଗକୁ ଯାଉଛି ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର