ଇଣ୍ଟର୍‌ନେଟ୍‌ରେ ପୁଣି ଛାଇଲେ ପ୍ରିୟା, ସାଙ୍ଗର ନଜର ଆସିଲେ ନାୟକ ରୋସନ୍‌

ମୁମ୍ବାଇ: ‘ଓରୁ ଅଦର୍‌ ଲଭ୍‌’ରେ ପ୍ରିୟା ପ୍ରକାଶ ଭାରିୟର ଏବଂ ତାଙ୍କ ବିପକ୍ଷରେ ନଜର ଆସିଥିବା ରୋସନ୍‌ ଅବ୍‌ଦୁଲ୍‌ ରହୁଫ୍‌ କିଛି ଦିନ ତଳେ ଚଳଚ୍ଚିତ୍ରର ଏକ ଗୀତ ପାଇଁ ଇଣ୍ଟର୍‌ନେଟରେ ଛାଇ ଯାଇଥିଲେ। ସେ ଦୁହିଁଙ୍କର କୌତୁକିଆ ଅନ୍ଦାଜ ପୂରା ଦୁନିଆକୁ ପାଗଳ କରିଥିଲା। ଏବେ ଏହି କୌତୁକିଆ ଯୋଡ଼ି ପୁଣି ଥରେ ଚର୍ଚ୍ଚାରେ। ଏଥର ସେମାନେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ୍‌ ଯୁଗଳ ଫଟୋ ଅପ୍‌ଲୋଡ୍‌ କରିଛନ୍ତି। ସେମାନଙ୍କ ଭିଡିଓ ପରି ଫଟୋଟି ବି ବେଶ୍‌ ଚର୍ଚ୍ଚା ପାଲଟିଛି। ଫଟୋଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ୍‌ କରିଛନ୍ତି ପ୍ରିୟା ପ୍ରକାଶ।

 

?

A post shared by priya prakash varrier (@priya.p.varrier) on

?. @priya.p.varrier

A post shared by Roshan Abdul Rahoof (@roshan_abdul_rahoof) on

ବି.କମ୍‌ରେ ପଢୁଥିବା ଚୁଲ୍‌ବୁଲି ଅଭିନେତ୍ରୀ ପ୍ରିୟାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ୫.୨ ମିଲିୟନ୍‌ ଫଲୋର୍ସ ଅଛନ୍ତି। ପ୍ରିୟାଙ୍କୁ ପ୍ରଥମେ ଚଳଚ୍ଚିତ୍ରରେ କିଛି ସମୟ ପାଇଁ ଏକ ଛୋଟ ରୋଲ୍‌ କରିବାକୁ ଦିଆଯାଇଥିଲା। ମାତ୍ର ପ୍ରିୟାଙ୍କର ଆଖି ମରା ଭିଡିଓ ଚାରିଆଡ଼େ ଚହଳ ସୃଷ୍ଟି କରିବା ପରେ ପ୍ରିୟାଙ୍କ ଲୋକପ୍ରିୟତାକୁ ଦେଖି ପରେ ନିର୍ଦ୍ଦେଶକ ଚଳଚ୍ଚିତ୍ରରେ ତାଙ୍କ ରୋଲ୍‌ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ପ୍ରିୟାଙ୍କ ଚାହିଦା ଦେଖିବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ କାହାଣୀର ମୋଡ଼ ବଦଳା ଯାଇଛି ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର