ପ୍ରିୟା ପ୍ରକାଶଙ୍କ ଆଖିମରା ଭିଡିଓ ଭାଇରାଲ ହେବା ପରେ ମୁଖ୍ୟ ନାୟିକାରୁ ସହ ନାୟିକା ହୋଇଗଲେ ନୁରୀନ୍‌, କିଛି ସେକେଣ୍ଡ ମଧ୍ୟରେ ଭାଙ୍ଗିଗଲା ତାଙ୍କର ନାୟିକା ହେବାର ସ୍ୱପ୍ନ

ନୂଆଦିଲ୍ଲୀ : ମଲାୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କୁ ଅବା କିଏ ଜାଣେ ? ଚର୍ଚ୍ଚିତ ହେବା ପାଇଁ କଳାକାରମାନେ ବିଭିନ୍ନ ପ୍ରକାରର ଅଜବ କାର୍‌ନାମା କରୁଥିବା ବେଳେ ବିନା କୌଣସି କଷ୍ଟରେ ରାତାରାତି ଷ୍ଟାର ପାଲଟିଥିଲେ ପ୍ରିୟା । ତାଙ୍କର ସେହି ୨୬ ସେକେଣ୍ଡର ଆଖି ମରା ଭିଡିଓ ତାଙ୍କୁ ଭାଲେଣ୍ଟାଇନ୍‌ ଗର୍ଲ ଏବଂ ନ୍ୟାସ୍‌ନାଲ କ୍ରସ୍‌ର ମାନ୍ୟତା ଦେଇଥିଲା । ଏହି ଭିଡିଓ ତାଙ୍କୁ ଲୋକପ୍ରିୟତା ଦେଇଥିଲା ସତ, କିନ୍ତୁ ସେହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ନୁରିନ୍‌ଙ୍କ ସ୍ୱପ୍ନ ଭଙ୍ଗି ଦେଇଥିଲା ।

Times Now

ସୂଚନା ମୁତାବକ, ଫିଲ୍ମର ଆରମ୍ଭରୁ ନୁରିନ୍‌ଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବେ ନିଆ ଯାଇଥିବା ବେଳେ ଫିଲ୍ମର ସୁଟିଂ ସରିଥିଲା । କିନ୍ତୁ ପ୍ରିୟାଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କ ଲୋକପ୍ରିୟତା ଦେଖି ନିର୍ମାତା କାହାଣୀ ଏବଂ ଚରିତ୍ରରେ ପରିବର୍ତ୍ତନ ଆଣିବା ପାଇଁ ମନସ୍ଥ କରିଥିଲେ । ଯାହା ପରେ ଫିଲ୍ମରେ ପ୍ରିୟାଙ୍କୁ ମୁଖ୍ୟ ଭୂମିକା ଦିଆଯିବା ସହ ନୁରିନ୍‌ ତାଙ୍କ ସହ ନାୟିକା ଭାବରେ ନଜର ଆସିଥିଲେ । ଫିଲ୍ମର କିଛି ଭାଗର ସୁଟିଂ ଆଉ ଥରେ କରାଯିବାରୁ ଏହାର ରିଲିଜ୍‌ ତାରିଖ ମଧ୍ୟ ଘୁୁଞ୍ଚିଥିଲା । ଯାହା ପରେ ଫିଲ୍ମ ୨୦୧୮ ପରିବାର୍ତ୍ତେ ଫେବୃଆରୀ ୧୪, ୨୦୧୯ରେ ରିଲିଜ୍‌ ହୋଇଥିଲା ।

ସମ୍ବନ୍ଧିତ ଖବର