ମୁମ୍ବାଇ : ପ୍ରଥମ ଫିଲ୍ମର ୨୬ ସେକେଣ୍ଡର ଭିଡ଼ିଓ ଭାଇରାଲ ହେବା ପରେ ରାତାରାତି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କୁ ନେଇ ଚର୍ଚ୍ଚା ଥମୁ ନାହିଁ । କେବେ ତାଙ୍କୁ ଫିଲ୍ମର ଗୀତକୁ ନେଇ ତ କେବେ ତାଙ୍କର ବ୍ୟକ୍ତଗତ ଜୀବନକୁ ନେଇ ସେ ଏବେ ସବୁବେଳେ ଚର୍ଚ୍ଚାରେ । ଏବେ ପୁଣି ତାଙ୍କର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏକ ମହିଳା ପୋଷାକ ବ୍ରାଣ୍ଡ ପାଇଁ ସେ ଫଟୋସୁଟ୍ କରିଥିବା ବେଳେ ସୁଟ୍ର ଏକ ଫଟୋ ସେ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଅପ୍ଲୋଡ଼ କରିଛନ୍ତି ।
ଏହି ଫଟୋ ଅପ୍ଲୋଡ଼ ହେବା ପରେ ପ୍ରିୟାଙ୍କ ନୂଆ ଲୁକ୍କୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଥିବା ଦେଖିବାକୁ ମିଳିଛି । ଏହି ଫଟୋସୁଟ୍ ପାଇଁ ସେ ସୈଫିନାଙ୍କୁ ଧନ୍ୟବାଦ୍ ଜଣାଇବା ସହ ଫଟୋଗ୍ରାଫର ଅନଜ ଜଫରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ପ୍ରିୟା । ଏହି ଫଟୋରେ ସେ ଏକ ପିଙ୍କ୍ ଗାଉନରେ ନଜର ଆସୁଥିବା ବେଳେ ତାଙ୍କର ଏହି ନୂଆ ଲୁକ୍କୁ ଦର୍ଶକଙ୍କ ଢ଼େର ଭଲ ପାଇବା ମିଳିଛି ।
ସୂଚନା ମତାବକ, ଭାଲେଣ୍ଟାଇନ୍ ଗର୍ଲ ବା ନ୍ୟାସନାଲ କ୍ରସ ଭାବେ ଜଣାଯାଉଥିବା ପ୍ରିୟା ପ୍ରକାଶଙ୍କୁ ସଫଳତା ଆଣି ଦେଇଥିଲା ତାଙ୍କର ପ୍ରଥମ ମଲୟାଲମ ଫିଲ୍ମ ‘ଓରୁ ଅଦାର ଲଭ୍’ର ଗୀତ । ଏହି ଗୀତର କିଛି ଅଂଶ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପୂରା ଦେଶ ତାଙ୍କର ଦିଓ୍ଵାନା ବନି ଯାଇଥିଲା । ବିଭିନ୍ନ ଫିଲ୍ମ ଇଣ୍ଡଷ୍ଟ୍ରିରୁ ତାଙ୍କୁ ଅଫର ମିଳୁଥିବା ବେଳେ ‘ଓରୁ ଅଦାର ଲଭ’୍ରେ ଥିବା ତାଙ୍କ ଚରିତ୍ରର ସମୟକୁ ବଢ଼ାଇ ଦିଆଯାଇଛି ବୋଲି ଜଣା ପଡ଼ିଛି ।