‘ସିମ୍‌ବା’ରେ ରଣବୀର ସିଂଙ୍କ ବିପକ୍ଷରେ ନଜର ଆସିବେ ପ୍ରିୟା ପ୍ରକାଶ

ମୁମ୍ବାଇ : ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ, ଯାହାଙ୍କ ଆଖି ମରାକୁ ନେଇ ପୂରା ଦେଶ ପାଗଳ ହୋଇଯିବା ସହ ସେ ରାତାରାତି ଷ୍ଟାର ବନି ଯାଇଥିଲେ । ଏତେ ଶୀଘ୍ର ଷ୍ଟାରଡ଼ମ୍‌ ଏବଂ ଲୋକମାନଙ୍କ ଭଲ ପାଇବା ହାସଲ କରିବା ପରେ ସେତେବେଳେ ତାଙ୍କର ବଲିଉଡ଼ରେ ଏଣ୍ଟ୍ରିକୁ ନେଇ ଅନେକ କଥା ଉଠି ଥିଲା । ଅନେକ ବଲିଉଡ୍‌ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ତାଙ୍କୁ ନିଜ ଫିଲ୍ମରେ ହିରୋଇନ୍‌ କରିବେ ବୋଲି ପ୍ରସ୍ତାବ ଦେଇଥିଲେ ବୋଲି ମଧ୍ୟ ଖବର ଆସିଥିଲା ।

DNA India

କିନ୍ତୁ ଏବେ ଯଦି ମିଳିଥିବା ଖବରକୁ ବିଶ୍ୱାସ କରାଯାଏ ତେବେ କରନ ଜୋହରଙ୍କ ପ୍ରଯୋଜିତ ଫିଲ୍ମ ‘ସିମ୍‌ବା’ ଜରିଆରେ ସେ ବଲିଉଡ଼ରେ ଏଣ୍ଟ୍ରି କରିବେ ବୋଲି ଜଣା ପଡ଼ିଛି । ପ୍ରିୟାଙ୍କ ଲୋକପ୍ରିୟତା ପରେ ଫିଲ୍ମର ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀ ତାଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବେ ସୁଯୋଗ ଦେବାକୁ ଚାହୁଁଛନ୍ତି ବୋଲି ଜଣା ପଡ଼ିଥିବା ବେଳେ ଏଥିରେ ପ୍ରିୟାଙ୍କ ଚରିତ୍ର ଖୁବ୍‌ କମ ସମୟ ପାଇଁ ରହିବ ବୋଲି ଜଣାପଡ଼ିଛି । ପ୍ରିୟାଙ୍କ ଲୋକପ୍ରିୟତାକୁ ଚାହିଁ କରନ ତାଙ୍କୁ ବଲିଉଡ଼ରେ ସୁଯୋଗ ଦେବାକୁ ଚାହୁଁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଯଦି ଏହି ଖବରରେ କୌଣସି ସତ୍ୟତା ରହିଥାଏ ତେବେ ପ୍ରିୟାଙ୍କ ପ୍ରଶଂସକ ଏହା ଶୁଣିବା ପରେ ଖୁସି ହେବେ ନିଶ୍ଚୟ ।
ଏହି ଫିଲ୍ମଟି ଜେଆର୍‌ ଏନ୍‌ଟିଆର୍‌ଙ୍କର ତେଲୁଗୁ ଫିଲ୍ମ ‘ଟେମ୍ପର’ର ରିମେକ୍‌ ହୋଇଥିବା ବେଳେ ରଣବୀର ଜଣେ ଇନ୍‌ସ୍ପେକ୍ଟର ସଂଗ୍ରାମ ଭଲେରାଓ ଭୂମିକାରେ ଆସୁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର