ମୁମ୍ବାଇ: ପୁଣି ଇଣ୍ଟର୍ନେଟ୍ରେ ଭାଇରାଲ୍ ହେଲେ ୱିଙ୍କ୍ ଗାର୍ଲ ପ୍ରିୟା ଭାରିୟର୍। ମାଲାୟାଲାମ୍ ଅଭିନେତ୍ରୀ ପ୍ରିୟାଙ୍କ ନୂଆ ଚଳଚ୍ଚିତ୍ର ‘ଚେକ୍’ ରିଲିଜ୍ ହେବା ଅପେକ୍ଷାରେ। ଆସନ୍ତା ୨୬ ତାରିଖରେ ଏହି ଚଳଚ୍ଚିତ୍ରକୁ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ ନିର୍ମାତା ଚଳଚ୍ଚିତ୍ରର ଏକ ଗୀତ ଗୀତ ରିଲିଜ୍ କରିଛନ୍ତି, ଯାହାକି ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି।
ଗୀତଟିର ଶୀର୍ଷକ ହେଉଛି ‘ନିନୁ ଚୁଡ଼ାକୁଣ୍ଡା’। ଏଥିରେ ପ୍ରିୟାଙ୍କ ବିପକ୍ଷରେ ଦେଖିବାକୁ ମିଳିଛନ୍ତି ନିତିନ୍। ଏହି ଗୀତଟି ଇଣ୍ଟର୍ନେଟ୍ରେ ଭାଇରାଲ୍ ହେବା ପରେ ପ୍ରିୟା ପ୍ରକାଶ ଭାରିୟର୍ ଟ୍ବିଟର୍ରେ ଖୁବ୍ ଜୋର୍ରେ ଟ୍ରେଣ୍ଡ୍ ହେବାରେ ଲାଗିଛନ୍ତି।
ଗୀତଟିକୁ ଲେଖିଛନ୍ତି ଶ୍ରୀ ମଣି ଓ ଏହାକୁ ସଂଯୋଜନା କରିଛନ୍ତି କଲ୍ୟାଣୀ ମଲ୍ଳିକ୍। ‘ଚେକ୍’ ହେଉଛି ଏକ ତେଲୁଗୁ ଆକ୍ସନ ଚଳଚ୍ଚିତ୍ର। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦ୍ରଶେଖର ୟେଲେତି। ଚଳଚ୍ଚିତ୍ରଟିକୁ ପ୍ରଯୋଜନା କରିଛନ୍ତି ଭି ଆନନ୍ଦ ପ୍ରସାଦ।
ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ପ୍ରିୟା ପ୍ରକାଶ ଭାରିୟରଙ୍କର ଏକ ୱିଙ୍କ୍(ଆଖିମରା) ଭିଡିଓ ଭାଇରାଲ୍ ହେବା ପରେ ସେ ରାତାରାତି ଇଣ୍ଟର୍ନେଟ୍ ସେନ୍ସେସନ୍ ପାଲଟି ଯାଇଥିଲେ।