ପ୍ରିୟା ପ୍ରକାଶଙ୍କ ଆଉ ଏକ ଭିଡିଓ ହେଲା ଭାଇରାଲ, ଏଥିରେ ସେ ଦିଶୁଛନ୍ତି ଖୁବ୍‌ ସୁନ୍ଦର

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିୟର ମାଲାୟାଲମ୍‌ ସିନେମାର ‘ଅରୁ ଆଦାର୍‌ ଲବ୍‌’ ସିନେମା ଜରିଆରେ ଡେବ୍ୟୁ କରିଛନ୍ତି। ଏହି ସିନେମା ଗୀତରେ ତାଙ୍କ ପ୍ରେମିକକୁ ବନ୍ଧୁକ ମାରିବା ପରି ହାତର ଠାଣି କରିବା ସହିତ ଆଖି ନଚାଇବାର ଭିଡିଓ ଭାଇରାଲ ହେବା ପରେ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ‘ଉଇଙ୍କି’ କୁଇନ୍‌ ବୋଲି କୁହାଯାଉଛି। ଏଇକିଛି ଦିନ ହେବା ପ୍ରିୟା ପ୍ରକାଶଙ୍କ ବିଭିନ୍ନ ଭିଡିଓ ସୋସିଆଲ ମିଡିଆରେ ଆସୁଛି। ଯାହାକୁ ଦର୍ଶକ ମଧ୍ୟ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି। ତେବେ ଫ୍ୟାନ୍‌ମାନେ ବି ପ୍ରିୟାଙ୍କ ଜୀବନ ସହିତ ଜଡ଼ିତ ପ୍ରତ୍ୟେକଟି କଥାକୁ ଜାଣିବାକୁ ଚାହୁଁଛନ୍ତି। ନିକଟରେ ପ୍ରିୟା ପ୍ରକାଶଙ୍କୁ ନେଇ ଆଉ ଏକ ଭିଡିଓ ଇନ୍‌ଷ୍ଟାଗ୍ରାମ/ଟୁଇଟରରେ ପୋଷ୍ଟ ହେବା ପରେ ଭାଇରାଲ ହୋଇଛି। ଯେଉଁଥିରେ ସେ ମେକ୍‌-ଅପ୍‌ ରୁମ୍‌ରେ ଅଛନ୍ତି। ତାଙ୍କର ହେୟାର ଷ୍ଟାଇଲ୍‌ ଚାଲିଥିବା ବେଳେ ସେ ମୋବାଇଲରେ ବ୍ୟସ୍ତ ଥିବା ସହିତ ଆଖି ନଚାଉଥିବାର ଦେଖିବାକୁ ମିଳିଛି।।

ଏହି ଭିଡିଓଟିରେ ପ୍ରିୟା ସୁନ୍ଦର ଦେଖା ଯିବା ସହିତ ତାଙ୍କ ଚହାଣି ଖୁବ୍‌ ଆକର୍ଷଣୀୟ ରହିଛି। ସେ ଏକ କମ୍ପାନି ପାଇଁ ବିଜ୍ଞାପନ ବି କରିସାରିଛନ୍ତି। ସେଥିରେ ବି ତାଙ୍କ ଅନ୍ଦାଜ ପ୍ରଶଂସନୀୟ ଥିଲା।

 

ସମ୍ବନ୍ଧିତ ଖବର