ନିକ୍ ଜୋନସଙ୍କ ସହ ଏହି କାମ କରିବାକୁ ଚାହୁଁ ନାହାନ୍ତି ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଗତବର୍ଷ ନିକ୍-ପ୍ରିୟଙ୍କା ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଆଗକୁ ତାଙ୍କ ବିବାହ ବାର୍ଷିକୀ ପାଳିତ ହେବାକୁ ଯାଉଛି। ଏଇ ବର୍ଷକ ମଧ୍ୟରେ ଦୁହେଁ ପରସ୍ପରକୁ କେତେ ଭଲ ପାଉଛନ୍ତି, ତାହାର ଅନେକ ଉଦାହରଣ ଫଟୋ ଓ ଭିଡିଓ ଜରିଆରେ ପ୍ରଶଂସକମାନେ ଦେଖିବାକୁ ପାଇଛନ୍ତି। ପ୍ରଥମେ ପ୍ରଥମେ ଦୁହିଁଙ୍କ ଯୋଡ଼ିକୁ ନେଇ ଅନେକ ଲୋକ ପରିହାସ କରିଥିବା ବେଳେ ଏବେ ଲୋକେ ତାଙ୍କ ଯୋଡ଼ିକୁ ପସନ୍ଦ କରିବା ଆରମ୍ଭ କରିଛନ୍ତି। ତେବେ ଦୁହିଁଙ୍କ ମଧ୍ୟରେ ଏତେ ଭଲ ପାଇବା ଥାଇ ମଧ୍ୟ ଏଭଳି ଏକ କାମ ରହିଛି, ଯାହାକୁ କେବେ ପ୍ରିୟଙ୍କା ନିକଙ୍କ ସହ କରିବାକୁ ଚାହୁଁ ନଥିବା ଜଣା ପଡ଼ିଛି।

Image result for priyank-chopra-says-she-never-wants-to-sing-with-hubby-nick-jonas
India TV

କିଛି ଦିନ ତଳେ ଏକ ସାକ୍ଷାତକାରରେ ଯୋଗ ଦେଇ ପ୍ରିୟଙ୍କା କହିଥିଲେ କି,  ମୁଁ ନିକଙ୍କ ସହ ଖାଲି ସମୟରେ ତାଙ୍କ ଗୀତ ଗାଇଛି। କିନ୍ତୁ କେବେ ହେଲେ ତାଙ୍କ ସହ ମୁଁ ପେସାଦାର କଣ୍ଠଶିଳ୍ପୀ ଭାବେ ଗୀତ ଗାଇବି ନାହିଁ। କାରଣ ନିକ୍ ଗାଉଥିବା ଗୀତ ଉପରେ ମୋର ବେଶି ଧାରଣା ନାହିଁ। ଯାହା ପାଇଁ ମୁଁ ତାଙ୍କ ସହ ପେସାଦାର କଣ୍ଠଶିଳ୍ପୀ ଭାବେ କେବେ ଗାଇବାର ସାହାସ କରିବି ନାହିଁ।

ସମ୍ବନ୍ଧିତ ଖବର