ତନ୍ତ୍ରମନ୍ତ୍ର, କଳାଯାଦୁ କଲେ କ୍ୟାରିୟର୍‌ ଆଗକୁ ଯାଇଥାଏ କି ? ପ୍ରିୟଙ୍କା କ’ଣ ଏଥିପାଇଁ ସଫଳ?

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରାଙ୍କୁ କେବଳ ଜଣେ ବଲିଉଡ୍‌ ଷ୍ଟାର୍‌ ନୁହେଁ, ବରଂ ଜଣେ ଗ୍ଲୋବାଲ୍‌ ଷ୍ଟାର୍‌ ରୂପେ ଗଣାଯାଏ। ଏହି ପରିଚୟ ପାଇବାକୁ ପ୍ରିୟଙ୍କାଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଛି। ସେ ବଲିଉଡ୍‌ରେ ନିଜ କ୍ୟାରିୟର୍‌ର ଆରମ୍ଭ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିବା ପରେ କରିଥିଲେ। ପ୍ରିୟଙ୍କ‌ା ବଲିଉଡ୍‌ରେ ଭିନ୍ନ ଭିନ୍ନ ପ୍ରକାରର ପ୍ରକଳ୍ପରେ କାମ କରି ସଫଳତା ପାଇଛନ୍ତି।

ନିକଟରେ ଅଭିନେତ୍ରୀ ଜଣକ କହିଛନ୍ତି ଯେ କିଛି ଲୋକ ତାଙ୍କ କ୍ୟାରିୟର୍‌କୁ ବରବାଦ କରିବାକୁ ଚେଷ୍ଟା କରିଥିଲେ। ଏହି କାରଣରୁ କିଛି ବର୍ଷ ପର୍ଯ୍ୟନ୍ତ ତାଙ୍କୁ କାମ ମିଳିବା ବନ୍ଦ ହୋଇ ଯାଇଥିଲା।

ସେ ତାଙ୍କର ବୟାନ ଦେଇ କହିଛନ୍ତି, ‘ମୋ ଜୀବନରେ କିଛି ଏମିତି ବି ଲୋକ ଅଛନ୍ତି ଯେଉଁମାନେ ମୋ କ୍ୟାରିୟର୍‌ ବରବାଦ କରିବାକୁ ଚାହୁଁଥିଲେ। ମୋଠାରୁ ମୋ କାମ ଛଡ଼େଇବାକୁ ଚେଷ୍ଟା କରୁଥିଲେ। ସେମାନେ ଚେଷ୍ଟା କରୁଥିଲେ ମୋତେ କେହି ଫିଲ୍ମରେ ନ ନିଅନ୍ତୁ। କାରଣ ମୁଁ ଯାହା ବି କରୁଥିଲି ଭଲରେ କରୁଥିଲି।’

ଏପରିକି କିଛି ଲୋକ ପ୍ରିୟଙ୍କାଙ୍କ ନାମରେ ଅଭିଯୋଗ ଆଣିଥିଲେ ଯେ ସେ କ୍ୟାରିୟର୍‌ରେ ଆଗକୁ ବଢ଼ିବା ପାଇଁ ସୈତାନର ପୂଜା କରୁଥିଲେ। ଏହି ଅଭିଯୋଗକୁ ଗୁଜବ ବୋଲି କହିଛନ୍ତି ପ୍ରିୟଙ୍କ‌ା। ନିଜ ଜୀବନରେ ସଫଳତା ପାଇବାକୁ ସେ କୌଣସି ସୈତାନର ପୂଜା କିମ୍ବା କଳାଯାଦୁ କରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ଦୁନିଆରେ ବହୁତ କମ୍‌ ଲୋକ ଅଛନ୍ତି ଯେଉଁମାନେ ଅନ୍ୟର ସଫଳତାରେ ଖୁସି ହୁଅନ୍ତି।

 

 

ସମ୍ବନ୍ଧିତ ଖବର