ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ସର୍ବବୃହତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଦେଶର ବୃହତ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଉପରେ ୧୧,୪୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛି । ଏହି ଅଭିଯୋଗ ଆସିବା ପୂର୍ବରୁ ହିଁ ନିରବ ଦେଶ ଛାଡ଼ି ପଳାଇଛନ୍ତି।
ତେବେ, ବର୍ତ୍ତମାନ ଏହି ଘଟଣାରେ ଏକ ନୂତନ ମୋଡ଼ ଆସିଛି। ନିରବଙ୍କ ହୀରାର ବକର ବ୍ରାଣ୍ଡ ଆମ୍ବାନାଡାର ଥିଲେ ପ୍ରିୟଙ୍କା ଚୋପ୍ରା ଏବଂ ସିଦ୍ଧାର୍ଥ କପୁରଙ୍କ ଭଳି ଅନେକ ବଡ଼ ବଡ଼ ଖ୍ୟାତନାମା କଳାକାର। ତେବେ ପ୍ରିୟଙ୍କା ଚୋପ୍ରାଙ୍କର ମେନେଜମେଣ୍ଟ ଟିମକୁ ନିରବ ବିଜ୍ଞାପନ ବାବଦରେ କୌଣସି ଦେୟ ଦେଇ ନଥିବା ନେଇ ଏବେ ଅଭିଯୋଗ କରିଛନ୍ତି ପ୍ରିୟଙ୍କା। ନିରବଙ୍କ ବିଜ୍ଞାପନରେ ପ୍ରିୟଙ୍କାଙ୍କ ସହ ସିଦ୍ଧାର୍ଥ ମଧ୍ୟ ନଜର ଆସୁଥିଲେ। ପ୍ରିୟଙ୍କାଙ୍କ ପରେ ପରେ ସେ ମଧ୍ୟ ସମାନ ଆରୋପ ଲଗାଇଛନ୍ତି ନିରବଙ୍କ ଉପରେ ।
/sambad/media/post_attachments/wp-content/uploads/2018/02/1518680702-priyanka-chopra-nirav-modi-1-300x211.jpg)
ନିରବଙ୍କର ହୀରାର ଖାଲି ଯେ ପ୍ରିୟଙ୍କା ଏବଂ ସିଦ୍ଧାର୍ଥ ବ୍ୟବହାର କରୁଥିଲେ ତାହା ନୁହେଁ; ବରଂ ବଲିଉଡ଼ର ଅନେକ ନାମିଦାମୀ କଳାକାର ତାଙ୍କ ହୀରା ଗହଣାକୁ ପିନ୍ଧିବା ସହ ପସନ୍ଦ ମଧ୍ୟ କରୁଥିଲେ । ତେବେ ବର୍ତ୍ତମାନ ନିରବଙ୍କ ଉପରେ କେବଳ ଠକେଇ ସହ ପଳାତକର ଅଭିଯୋଗ ଆସିଛି । ତେବେ, ସୋସିଆଲ ମିଡ଼ିଆ ସମେତ ଅନ୍ୟାନ୍ୟ ସ୍ଥାନରେ ନିରବଙ୍କୁ ଅନ୍ୟତମ ପଳାତକ ବିଜୟ ମାଲ୍ୟାଙ୍କ ସହ ତୁଳନା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Priyanka-1.jpg)