ନିକ୍‌ ପ୍ରପୋଜ କରିବା ବେଳେ ନିରବ ହୋଇଯାଇଥିଲେ ପ୍ରିୟଙ୍କା

ମୁମ୍ବାଇ:  ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ଦୁଇବର୍ଷ ପୂରି ସାରିଥିବା ବ‌େଳେ ନିକ୍‌ ଜୋନ୍‌ସଙ୍କ ସହ ସେ ବହୁତ ଖୁସିଥିବା କହିଛନ୍ତି। ଦୁହିଁଙ୍କ ପ୍ରେମ କାହାଣୀ ବହୁତ ରୋଚକ। ନିକଟରେ ନିକ୍‌ ପ୍ରିୟଙ୍କାଙ୍କ ଜନ୍ମଦିନ ଖୁବ୍‌ ଆଡ଼ମ୍ବର ସହକାରେ ମନାଇଥିଲେ। ଏହା ଉପରେ ପ୍ରିୟଙ୍କା ପ୍ରତିକ୍ରିୟା ସହ ଧନ୍ୟବାଦ ପତ୍ର ଲେଖିଛନ୍ତି। ଏଥିସହ ‌ଦୁହିଁଙ୍କର ଏକ‌ ରୋମାଣ୍ଟିକ ଫଟୋ ସେୟାର ହୋଇଛି।

ପ୍ରିୟଙ୍କା ନିକ୍‌ଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଦୁଇବର୍ଷ ପୂର୍ବେ ଆଜିର ଦିନରେ ତୁମେ ‌ମତେ ବିବାହ କରିବା କଥା ପଚାରିଥିଲ। ସେତେବେଳେ ମୋ ପାଖରେ କିଛି ଶବ୍ଦ ନଥିଲା ଓ ମୁଁ ହଁ କରିଦେଇଥିଲି। ମାତ୍ର ଏବେ ମୁଁ ପ୍ରତିଦିନ ତୁମକୁ ହଁ କହିବାକୁ ପ୍ରସ୍ତୁତ ଅଛି। ମହାମାରୀ ସମୟରେ ମଧ୍ୟ ତୁମେ ମୋ ଜନ୍ମଦିନକୁ ସ୍ମରଣୀୟ କରିଦେଲ। ସବୁବେଳେ ମୋ’ ବାବଦରେ ଭାବୁଥିବାରୁ ତୁମ ପାଖେ କୃତଜ୍ଞ। ମୁଁ ଦୁନିଆର ସବୁଠୁ ଭାଗ୍ୟଶାଳୀ ଝିଅ। ନିକ୍‌, ମୁଁ ତୁମକୁ ବହୁତ ଭଲ ପାଏ। ଏହାର ପ୍ରତିକ୍ରିୟାରେ ନିକ୍‌ କମେଣ୍ଟ କରିଛନ୍ତି, ମତେ ବିବାହ ପାଇଁ ହଁ କହିଥିବାରୁ ତୁମକୁ ବହୁତ ଧନ୍ୟବାଦ। ସୁନ୍ଦରୀ, ମୁଁ ବି ତୁମକୁ ବହୁତ ଭଲପାଏ।

ସମ୍ବନ୍ଧିତ ଖବର