ପ୍ରିୟଙ୍କାଙ୍କ ଜନ୍ମଦିନ କେକ୍‌କୁ ନେଇ ଚର୍ଚ୍ଚା : ନିକ୍‌ ଆଣିଥିବା ସାଢ଼େ ୩ଲକ୍ଷ ଟଙ୍କାର କେକ୍‌ ଉପରେ ସୁନାର ପରସ୍ତ ଲଗା ଯାଇଥିଲା

ନୂଆଦିଲ୍ଲୀ : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କିଛି ଦିନ ତଳେ ମିୟାମିରେ ନିଜର ୩୭ତମ ଜନ୍ମଦିନ ପାଳନ କରିଥିଲେ । ପ୍ରିୟଙ୍କା ଭଉଣୀ ପରୀଣିତି, ନିଜ ମା’ ମଧୁ ଚୋପ୍ରା ଓ ନିକ୍‌ଙ୍କ ପରିବାର ସହ ଜନ୍ମଦିନ ପାଳନ କରିଥିଲେ । ଯାହାର ଅନେକ ଫଟୋ ସାମ୍ନାକୁ ଆସିଥିଲା । ସେ ମଧ୍ୟରେ ପ୍ରିୟଙ୍କା କାଟିଥିବା କେକ୍‌କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । କେକ୍‌ର ଦାମ୍‌ ସାଢ଼େ ୩ଲକ୍ଷ ଟଙ୍କା ଥିବା ବେଳେ ଏଥିରେ ପ୍ରିୟଙ୍କାଙ୍କ ପୋଷାକକୁ ମ୍ୟାଚ୍‌ କରେଇବା ପାଇଁ ସୁନାର ପରସ୍ତ ଲଗାଯାଇଥିଲା ବୋଲି ଜଣା ପଡ଼ିଛି ।

oneindia.com

କେକ୍‌ ଅର୍ଡର କରାଯାଇଥିବା ଦୋକାନୀଙ୍କ ଅନୁଯାୟୀ, ନିକ୍‌ ଅର୍ଡର କରିଥିବା କେକ୍‌ର ଦାମ୍‌ ସାଢ଼େ ୩ଲକ୍ଷ ଟଙ୍କା ଥିଲା । ପ୍ରିୟଙ୍କା ନିଜ ଜନ୍ମଦିନରେ ନାଲି ରଙ୍ଗର ପୋଷାକ ପିନ୍ଧୁଥିବାରୁ କେକ୍‌କୁ ନାଲି ଓ ସୁନା ରଙ୍ଗର କରିବାକୁ ଚାହୁଁଥିଲେ ନିକ୍‌ । ଯାହା ପାଇଁ ନାଲି ରଙ୍ଗର କେକ୍‌ ଉପରେ ସୁନାର ପରସ୍ତ ଲଗାଯାଇଥିଲା । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୨୪ଘଣ୍ଟା ସମୟ ଲାଗିଥିଲା ।

ସମ୍ବନ୍ଧିତ ଖବର