ପୈସା କ୍ୟା ନ କରେ କାମ୍‌

ନିର୍ବନ୍ଧ ବା ମୁଦିପିନ୍ଧା ଉତ୍ସବରେ ଯଦି ‌ଦେଢ଼ କୋଟି ଟଙ୍କାର ଉପହାର ପାଇଛନ୍ତି, ତେବେ ବିବାହ ଓ ଦାମ୍ପତ୍ୟ ଜୀବନରେ ସେ କେତେ ଐଶ୍ବର୍ଯ୍ୟ ପାଉନଥିବେ! ବିଶ୍ବସୁନ୍ଦରୀ ମୁକୁଟ ପିନ୍ଧିଥିବା ପ୍ରିୟଙ୍କା ଚୋପ୍ରା ଏବେ ସେଥିପାଇଁ ପ୍ରଶଂସକଙ୍କର ଆଲୋଚ୍ୟ ବିଷୟ ପାଲଟିଛନ୍ତି। ବିବାହ ପୂର୍ବରୁ ସେ ପାଇଥିବା ମୁଦିର କଥା କହିଛନ୍ତି।

ତାଙ୍କ କହିବା ଅନୁଯାୟୀ, ସ୍ବାମୀ ନିକ୍ ଜୋନାସଙ୍କ ପରିବାର ଲୋକେ ଯେତେବେଳେ ତାଙ୍କୁ ଦେଖିବାକୁ ଆସିଥିଲେ, ସେତେବେଳେ ସେମାନେ ତାଙ୍କ ହାତରେ ପିନ୍ଧାଇଥିବା ମୁଦିର ମୂଲ୍ୟ ଅନ୍ୟୂନ ୨ ଲକ୍ଷ ଆମେରିକୀୟ ଡଲାର ହେବ, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ଦେଢ଼ କୋଟି ଟଙ୍କା ହେବ। ମୁଦି ପିନ୍ଧିବା ପରେ ପ୍ରିୟଙ୍କାଙ୍କ ପାଦ ଆଉ ଭୂଇଁରେ ଲାଗି ନ ଥିଲା। ସେ ମାଟିକୁ ସ୍ବର୍ଗ ପରି ଭାବିଥିଲେ। ଏଥିରୁ ସେ ଅନୁମାନ କରିଥିଲେ ଯେ ଜୋନାସଙ୍କ ପରିବାରର ଆଭିଜାତ୍ୟ କେତେ ହେଇଥିବ। ଚଳଚ୍ଚିତ୍ର ଜଗତରେ ତାଙ୍କର ଚାହିଦା ଏକନମ୍ବରରେ ପହଞ୍ଚିବା ସହ ବିଶ୍ବର ପ୍ରଭାବଶାଳୀ ବ୍ୟକ୍ତିତ୍ବ ତାଲିକାରେ ତାଙ୍କ ନାଆଁ ଅନ୍ତର୍ଭୁକ୍ତ ହେଇଛି। ସୂଚନାଯୋଗ୍ୟ, କୋଟିପତି ଓ ନାମକରା ଭାରତୀୟଙ୍କୁ ସେ ପସନ୍ଦ ନକରି ବିବାହ କରିଛନ୍ତି ପାଶ୍ଚାତ୍ୟ ସିନେମା ଜଗତର ଜଣେ କଣ୍ଠଶିଳ୍ପୀ, ଗୀତିକାର ଓ ଅଭିନେତା ନିକ୍ ଜୋନାସଙ୍କୁ। ଏବେ ପ୍ରାୟ ହଲିଉଡ୍ ସିନେମାରେ ଅଭିନୟ କରୁଥିବା ପ୍ରିୟଙ୍କା ମଧ୍ୟ କିଛି ଭାରତୀୟ ବିଜ୍ଞାପନରେ ନିଜ ହସର ଝଲକ ପରଷି ଅଭିନୟରେ ସକ୍ରିୟ ଅଛନ୍ତି।

ଅତୀତରେ ରଣଧୀର କପୁର ତନୟା କରିସ୍ମା କପୁରଙ୍କ ସହ ନିର୍ବନ୍ଧ ହୋଇ ବି ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକଙ୍କ ବିବାହ ବାତିଲ ହେଇଥିଲା। ବଲିଉଡ୍ ଅଭିନେତ୍ରୀମାନଙ୍କ ମଧ୍ୟରେ ଅନେକଙ୍କ କ୍ଷେତ୍ରରେ ବି ଏମିତି ଘଟିଛି। ହେଲେ ପ୍ରିୟଙ୍କାଙ୍କ କ୍ଷେତ୍ରରେ ଏହା ଘଟିନାହିଁ, କାରଣ ସେ ନିଜ ଆଭିଜାତ୍ୟ ତୁଳନାରେ ଜୋନାସ୍‌ଙ୍କ ଆଭିଜାତ୍ୟ ଶତଗୁଣ ଅଧିକ ବୋଲି ଆକଳନ କରିଥିଲେ। ପ୍ରିୟଙ୍କା-ଜୋନାସଙ୍କ ସମ୍ପର୍କ ଦୀର୍ଘଦିନ ତିଷ୍ଠି ରହିବାକୁ ସମର୍ଥକମାନେ ଆଶା ରଖିଥିଲା ବେଳେ ବାସ୍ତବ ରୂପରେଖ ସମୟ ହିଁ କହିବ।

ସମ୍ବନ୍ଧିତ ଖବର