ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସ କପୁଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ପାଖାପାଖି ଦୁଇମାସ ପୂର୍ବରୁ ପ୍ରିୟଙ୍କା ଓ ନିକ୍ଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଥିଲା। ଏହାପରେ ପରେ ଦୁହେଁ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବନ୍ଧ ହେବାର ବୋଲି ଯୋଜନା ରଖିଥିବା ବି ଶୁଣିବାକୁ ମିଳିଛି। ଏବେ ପ୍ରିୟଙ୍କା ଓ ନିକ୍ଙ୍କ ବିବାହ ତାରିଖ ସ୍ଥିର ହୋଇ ନଥିବା ବେଳେ ଖବର ପ୍ରକାଶ ପାଇଛି କି ଦୁହେଁ ଏକ ସନ୍ତାନ ଜନ୍ମ ପାଇଁ ବହୁ ଉତ୍ସୁକ ଅଛନ୍ତି। ଏହି ଖବର ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।
ଏହି ବିଶେଷ ସୂତ୍ରରୁ ଜଣାପଡ଼ିଛି କି, ପ୍ରିୟଙ୍କା ଓ ନିକ୍ ସର୍ବଦା ସନ୍ତାନକୁ ନେଇ କଥାବାର୍ତ୍ତା ହୋଇ ଥାଆନ୍ତି। ଏଥିପାଇଁ ଦୁହେଁ ଖୁବ୍ ଶୀଘ୍ର ବିବାହ କରିବାକୁ ଚାହୁଁଛନ୍ତି। ପ୍ରିୟଙ୍କା ଓ ନିକ୍ ଅଗଷ୍ଟରେ ଏକ ରୋକା କାର୍ଯ୍ୟକ୍ରମରେ ନିଜର ସମ୍ପର୍କକୁ ନେଇ ଅଫିସିଆଲ ଭାବେ ଘୋଷଣା କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରିୟଙ୍କା ଓ ନିକ୍କୁ ଏକାଠି ଦେଖିବାକୁ ମଧ୍ୟ ମିଳୁଛି।