ବଦଳିଲା ପ୍ରିୟଙ୍କା-ନିକ୍‌ଙ୍କ ବିବାହ ତାରିଖ, ଏହି ଦିନ କରିବେ ବିବାହ

ମୁମ୍ବାଇ: ବଲିଉଡ୍‌ରେ ବିବାହ ଋତୁ ଆରମ୍ଭ ହୋଇ ଯାଇଛି । ଫିଲ୍ମ ଏବଂ ଟେଲିଭିଜନ ଜଗତର ଅନେକ ଜଣାଶୁଣା କଳାକାର ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ନଭେମ୍ବର ୧୪-୧୫ରେ ଦୀପ୍‌-ବୀର ବିବାହ କରିବାକୁ ଯାଉଥିବା ବେଳେ ବିବାହ ପାଇଁ ଦୁହେଁ ଦୁହିଁଙ୍କ ପରିବାର ସମେତ ଇଟାଲୀ ଯାଇ ସାରିଥିବା ଜଣା ପଡ଼ିଛି ।

delhi99.tv

ତେବେ ମୁଖ୍ୟ କଥା ହେଲା ଦୀପ୍‌-ବୀରଙ୍କ ପରେ ଡ଼ିସେମ୍ବରରେ କପିଲ-ଗିନି ଏବଂ ତାଙ୍କ ପରେ ଜାନୁଆରି ୨୦୧୯ରେ ପ୍ରିୟଙ୍କା-ନିକ୍‌ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଖବର ମିଳିଥିଲା । କିନ୍ତୁ ଏବେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ ତାରିଖରେ ପରିବର୍ତ୍ତନ ଆସିଥିବା ଜଣା ପଡ଼ିଛି । ଏବେ ଦୁହେଁ ଜାନୁଆରି ୨୦୧୯ରେ ନୁହେଁ ବରଂ ଡ଼ିସେମ୍ବର ୦୨,୨୦୧୮ରେ ବିବାହ କରିବେ ବୋଲି ଜଣା ପଡ଼ିଛି । ଦୁହିଁଙ୍କ ବିବାହ ରାଜସ୍ଥାନର ଯୋଧପୁରରେ ହେବ ବୋଲି ଜଣା ପଡ଼ିଛି । ଯୋଧପୁରରେ ଥିବା ମେହରାନଗଡ଼ କିଲ୍ଲାରେ ଦୁହେଁ ବିବାହ କରିବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର